ବୁଗୁଡ଼ାରେ ” ନୋ ବ୍ୟାଗ ଡେ ” କାର୍ଯ୍ୟକ୍ରମ

0

ବୁଗୁଡା(ଡ଼ଃ କୁମୁଦ ଚନ୍ଦ୍ର ବେହେରା):  ବୁଗୁଡା ବ୍ଲକ ଓ ସହରର ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ସମସ୍ତ ବିଦ୍ୟାଳୟରେ ଶନିବାର ଦିନ ” ନୋ ବ୍ୟାଗ ଡେ ” କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ସରକାରଙ୍କ ପ୍ରତି ଶନିବାର ଦିନ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟକୁ ବ୍ୟାଗ ନନେଇ ଖାଲି ହାତରେ ସ୍କୁଲକୁ ଯିବାକୁ ନିର୍ଦ୍ଦେଶ ପ୍ରକାରେ  ତାହା ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମ ଆରମ୍ଭ ଦିନରେ ବୁଗୁଡାର ଶ୍ରୀ ଶ୍ରୀ ବିରଞ୍ଚିନାରାୟଣ ନୋଡାଲ ବାଳିକା ଉଚ୍ଚ ବିଦ୍ୟାଳୟର କାର୍ଯ୍ୟକ୍ରମ ଅନୁଧ୍ୟାନ କରାଯାଇଥିଲା। ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ପ୍ରାଥମିକ ବିଭାଗ ଶିକ୍ଷୟିତ୍ରୀ କାଦମ୍ବିନୀ ପାଣିଗ୍ରାହୀ ଓ ଲକ୍ଷ୍ମୀପ୍ରିୟା ବେହେରାଙ୍କ ତତ୍ତ୍ଵାବଧାନରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କୁ ନେଇ ମାସ ଡ୍ରିଲ, ଯୋଗ , ଓ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କରୋନା ସଂକ୍ରମଣ ସଚେତନତା, ଅନ୍ଧ ବିଶ୍ୱାସ ଦୂରୀକରଣ ପ୍ରଭୃତି ବିଷୟରେ ଆଲୋଚନା କରାଯାଇଥିଲା। ପିଲାଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗୀତା ଅଧ୍ୟ ଅନୁଷ୍ଠିତ ହୋଇଥିଲା। ଏଥିସହ ପରିବେଶ ସୁରକ୍ଷା ପାଇଁ ବୃକ୍ଷ ରୋପଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିଲା ।

Leave A Reply

Your email address will not be published.