ବାରିପଦା(ଦିଲ୍ଲୀପ ମହାନ୍ତି )- ବୈଦିକ ଯୁଗରେ ନାରୀମାନଙ୍କୁ ଉଚ୍ଚ ସ୍ଥାନ ପ୍ରଦାନ କରାଯାଇଥିଲା । ବିଶ୍ୱଚାରା, ଲୋପାମୂଦ୍ରା, ମୈତ୍ରେୟୀ, ଗାର୍ଗୀ, ଲୀଳାବତୀ, ସଙ୍ଘମିତ୍ରା ଆଦି ପରମ ବିଗୂଷିଗଣ ପ୍ରସିଦ୍ଧି ଲାଭ କରିଥିଲେ । ସେହିପରି ମଧ୍ୟ ଯୁଗରେ ଦୁର୍ଗାବତୀ, ପଦ୍ମିନୀ, ମୀରାବାଈ, ଆଦି ମହିୟସୀ ନାରୀମାନଙ୍କ ଅବଦାନ ଅବିସ୍ମରଣୀୟ । ଭାରତର ସ୍ୱାଧୀନତା ସଂଗ୍ରାମରେ ଝାନସୀ ରାଣୀ ଲକ୍ଷ୍ମୀବାଈ, ଅହଲ୍ୟାବାଈ ପ୍ରମୁଖଙ୍କ ଭୂମିକା ଇତିହା ପୃଷ୍ଠାକୁ ଗାରିମାମୟ କରାଇଛି । ସମାଜରେ ନାରୀମାନଙ୍କ ସ୍ଥାନ ଗୁରୁତ୍ୱପୂର୍ଣ୍ଣ । ପୁରୁଷ ଓ ନାରୀ ସମାଜର ବିଶେଷ ଅଙ୍ଗ । ନାରୀମାନଙ୍କ ସର୍ବବିଧ ଉନ୍ନତି ତଥା ସୁରକ୍ଷା ପାଇଁ ୧୯୭୫ ମାର୍ଚ୍ଚ ୮ ଆନ୍ତର୍ଜାତିକ ମହିଳା ଦିବସର ଶୁଭାରମ୍ଭ ହେଲା । ଉକ୍ତ ଦିବସରେ ମଧ୍ୟ ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ଖ୍ୟାତି ଲାଭ କରିଥିବା ବାରିପଦାରେ ମହାପ୍ରଭୂଙ୍କ ଘୋଷଯାତ୍ରା ଅବସରରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ କେବଳ ମହିଳାମାନେ ଟାଣି ଏକ ପରମ୍ପରା ସୃଷ୍ଟି କରାଇ ଆସିଛନ୍ତି । ପୁଣି ଓଡ଼ିଶାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନବ ଉତ୍କଳର ନିର୍ମାତା ମୁକୁଟ ବିହୀନ ସମ୍ରାଟ ବିଜୁବାବୁ ତାଙ୍କ ଶାସନ ବ୍ୟବସ୍ଥାରେ ନାରୀମାନଙ୍କ ନିମନ୍ତେ ସ୍ୱତନ୍ତ୍ର ସ୍ଥାନ ଦେଇ ସମଗ୍ର ଦେଶ ପାଇଁ ଉଦାହରଣ ସୃଷ୍ଟି କରାଇଥିଲେ । ଚାକିରୀ ଓ ଶାସନ ବ୍ୟବସ୍ଥାରେ ନାରୀମାନଙ୍କ ନିମନ୍ତେ ସ୍ୱତନ୍ତ୍ର ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ ହେଲା । ପରବର୍ତ୍ତି ସମୟରେ ବିଜୁବାବୁଙ୍କ ଦାୟାଦ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପିତାଙ୍କ ଅଧୁରା ସ୍ୱପ୍ନକୁ ସାକାର କରିବା ନିମନ୍ତେ ଆଗେଇ ଆସି ସମାଜର ପ୍ରତ୍ୟେକ କ୍ଷେତ୍ରରେ ନାରୀମାନଙ୍କୁ ସେମାନଙ୍କର ଅଧିକାର ଦେଇ ଆସୁଛନ୍ତି । ରାଜନୀତି ହେଉ ଅଥବା ଚାକିରୀ କିମ୍ବା ସାମାଜିକ ବ୍ୟବସ୍ଥା ସବୁଠାରେ ନାରୀ ପୁରୁଷଙ୍କ ସହିତ ହାତକୁ ହାତ ଓ କାନ୍ଧକୁ କାନ୍ଧ ମିଶାଇ ଚାଲିଆସୁଛି । ଏଣୁ ମୟୂରଭଞ୍ଜ ଜିଲ୍ଲା ମାର୍ଚ୍ଚ ୮ ଆନ୍ତର୍ଜାତିକ ମହିଳା ଦିବସ ପାଳନ ଅବସରରେ ବିଜେଡ଼ି ମୟୂରଭଞ୍ଜ ଜିଲ୍ଲାର ୯ଟି ନିର୍ବାଚନ ମଣ୍ଡଳୀରେ ମହିଳା ସମାବେଶ ଆୟୋଜନ ମାଧ୍ୟମରେ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଯାଉଛି ବୋଲି ଜନସାଧାରଣରେ ହେଉଥିବା ଚର୍ଚ୍ଚାରୁ ଜଣାପଡ଼ିଛି । ଏହିପରିପ୍ରେକ୍ଷୀରେ ଜିଲ୍ଲା ମହିଳା ନେତ୍ରୀ ବୀଣାପାଣି ସାହୁଙ୍କ ନେତୃତ୍ୱରେ ଜିଲ୍ଲାର ସଦର ମହକୁମା ବାରିପଦାସ୍ଥିତ ବିଜୁ ଭବନ ପରିସରରେ ବାରିପଦା ପୌରପରିଷଦ, ବାରିପଦା ବ୍ଲକ, ଖୁଣ୍ଟା ବ୍ଲକ ସହ ବଡ଼ସାହି ବ୍ଲକର ୯ଟି ପଞ୍ଚାୟତକୁ ନେଇ ଏକ ମହିଳା ସମାବେଶର ଆୟୋଜନ କରାଯାଇଛି । ଏଥି ନିମନ୍ତେ ସମସ୍ତ ପ୍ରକାରର ପ୍ରସ୍ତୁତି ପର୍ବ ଚୁଡ଼ାନ୍ତ ପର୍ଯ୍ୟାୟରେ ପହଁଞ୍ଚି ସାରିଥିବା ବେଳେ ସମାବେଶରେ ୩ ହଜାରରୁ ଅଧିକ ମହିଳା ଯୋଗ ଦେବେ ବୋଲି ବିଜେଡ଼ି ସୂତ୍ରରୁ ଜଣାପଡ଼ିଛି ।
Sign in
Sign in
Recover your password.
A password will be e-mailed to you.
Next Post