ବୁଗୁଡା(ଡ଼ଃ କୁମଦ ଚନ୍ଦ୍ର ବେହେରା)- ବୁଗୁଡା ବ୍ଲକର ମାଣିତରାରେ ଆସନ୍ତା ଏପ୍ରିଲ ୭ ତାରିଖରେ ହେବାକୁ ଯାଉଥିବା ପଞ୍ଚୁଦଣ୍ଡ ପରିଚାଳନ ପାଇଁ ମାଣିତରା ଗ୍ରାମ୍ୟ କମିଟିର ଏକ ବୈଠକ ଗ୍ରାମ ମଣ୍ଡପ ଗୃହରେ ଶୁକ୍ରବାର ରାତ୍ରରେ ଅନୁଷ୍ଠିତ ହୋଇଥିଲା।ଗ୍ରାମ୍ୟ କମିଟି ସଭାପତି ମହେଶ୍ୱର ପୋଲେଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପଞ୍ଚୁଦଣ୍ଡ କର୍ତ୍ତା ଅଭିମନ୍ୟୁ ପ୍ରଧାନଙ୍କ ବଡଭାଇ ଧୋବା ପ୍ରଧାନଙ୍କ ଉପସ୍ଥିତରେ କାର୍ଯ୍ୟକ୍ରମ ପରିଚାଳନା ପାଇଁ ଆଲୋଚନା ହୋଇଥିଲା। ମାନସିକ ଦଣ୍ଡ ଗୋଛାବାଡି ସହ କାନକୁଟୁରୁ,ରାଉତି,କାଦୁଆ,ଓ ଛାମୁଣ୍ଡା ଦଣ୍ଡ ଏଥିରେ ଯୋଗ ଦେବାକୁ ସମ୍ମତି ପ୍ରଦାନ କରିଥିବା କାର୍ତ୍ତାଙ୍କ ଭାଇ ପ୍ରକାଶ କରିଥିଲେ। ଏହି ବୈଠକରେ ସମ୍ପାଦକ ସୁନୀଲ କୁମାର ପ୍ରଧାନ, କୋଷାଧ୍ୟକ୍ଷ ସନକ କୁମାର ବିଶ୍ବାଳ, କମିଟି ସଦସ୍ୟ ଦିବାକର ରାଉତ, ସ୍ୱରୂପ ସୁମନ ମହାରଣା, ପୀତାମ୍ବର ରାଉତ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post