ଶିଶୁ ବିଦ୍ୟା ମନ୍ଦିରରେ ପ୍ରଥମ ନିଷ୍କ୍ରମଣ ଉତ୍ସବ

0 2

ବୁଗୁଡା(ଡ଼ଃ କୁମୁଦ ଚନ୍ଦ୍ର ବେହେରା) : ବୁଗୁଡା ସରସ୍ୱତୀ ବିଦ୍ୟା ମନ୍ଦିର ପରିସରରେ ଗୁରୁବାର ଦିନ ଦଶମ ଶ୍ରେଣୀ ଶିଶୁ ଭାଇଭଉଣୀ ମାନଙ୍କ ପ୍ରଥମ ନିଷ୍କ୍ରମଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ଉତ୍ସବରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବଂଶୀଧର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଶିକ୍ଷାନୁଷ୍ଠାନର ସଭାପତି ଶିକ୍ଷାବିତ କାଶୀନାଥ ବିଷୋୟୀ ଏହି ଉତ୍ସବରେ ଅଧ୍ୟକ୍ଷତା କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ଶିକ୍ଷକ ଜୟନ୍ତ କୁମାର ପଟ୍ଟନାୟକ, ପ୍ରେସ କ୍ଲବ ସଭାପତି ଅଶୋକ ନନ୍ଦ, ଉପସଭାପତି ଉପେନ୍ଦ୍ର କୁମାର ପଟ୍ଟନାୟକ, ସମ୍ପାଦକ ଆଦିତ୍ୟ କୁମାର ପ୍ରଧାନ, ଯୁଗ୍ମ ସମ୍ପାଦକ ରଶ୍ମିତା ପାଢ଼ୀ ପ୍ରମୁଖ ଯୋଗଦେଇ ଆଶୀର୍ବଚନ ପ୍ରଦାନ କରିଥିଲେ। ଶିକ୍ଷାନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ମାଧବ ଶତପଥୀ ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଶିଶୁ ପ୍ରାରମ୍ଭରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୧୨ ବର୍ଷ ଧରି ସରସ୍ୱତୀ ବିଦ୍ୟା ମନ୍ଦିରରେ ଅଧ୍ୟୟନ ଶେଷ କରିଥିବା ଦଶମ ଶ୍ରେଣୀର ଭାଇଭଉଣୀ ମାନଙ୍କୁ ନବମ ଶ୍ରେଣୀର ଭଉଣୀମାନେ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ।ଏହି ଅବସରରେ ଦଶମ ଶ୍ରେଣୀର ଶିଶୁ ଭାଇଭଉଣୀ ବୃନ୍ଦ ଶିକ୍ଷାନୁଷ୍ଠାନରେ ସେମାନଙ୍କ ଅନୁଭୂତି ବର୍ଣ୍ଣନା କରିଥିଲେ। ଏହି ବିଦାୟକାଳୀନ ଉତ୍ସବରେ ମଧୁଶ୍ମିତା ଗୁରୁମା ଏକ କବିତା ଆବୃତ୍ତି କରିଥିଲେ। ଏଥିରେ ଲଡୁ କିଶୋର ଗୁରୁଜୀ ସଂଯୋଜନା କରିଥିବା ବେଳେ ହରପ୍ରିୟା ଗୁରୁମା ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.