ସୁନ୍ଦରଗଡ଼,(ହୋରାଚାନ୍ଦ ଦେଉରିଆ ) : ସୁନ୍ଦରଗଡ଼ ବିଜୁ ଜନତା ଦଳ ତରଫରୁ ସୁନ୍ଦରଗଡ଼ ସଦର ନିର୍ବାଚନ ମଣ୍ଡଳୀର୍ ପୂର୍ବତନ ବିଧାୟକ ଯୋଗେଶ କୁମାର ସିଂଙ୍କ ନେତୃତ୍ୱରେ ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୪ ତମ ବିଜୁ ଜୟନ୍ତୀ ପାଳିତ ହୋଇଯାଇଅଛି l ସର୍ବ ପ୍ରଥମେ ଦିବା ୧୦ ଘଟିକା ସମୟରେ ସୁନ୍ଦରଗଡ଼ ବାଏପାସ ସ୍ଥିତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଗଲା ସେଠାରୁ ସୁନ୍ଦରଗଡ଼ ସରକାରୀ ଚିକିତ୍ସାଳୟ ରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରାଗଲା ଓ ସନ୍ଧ୍ୟା ୬ ଘଟିକା ସମୟରେ ସୁନ୍ଦରଗଡ଼ ରାଜପ୍ରାସାଦରେ ପୂର୍ବତନ ଅଧକ୍ଷା ପଶ୍ଚିମ ଓଡିଶା ବିକାଶ ପରିଷଦ ପଦ୍ମିନୀ ଶେଖର ଦେଓ ଙ୍କ ସଭାପତିତ୍ୱରେ ଏକ ସଭା ହୋଇଥିଲା l ସଭାରେ ମଂଚାସୀନ ଅତିଥି ବୃନ୍ଦ ଙ୍କ ମଧ୍ୟରେ ଥିଲେ ସୁନ୍ଦରଗଡ଼ ସଦର ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ଶ୍ରୀ ଯୋଗେଶ କୁମାର ସିଂ ମହୋଦୟ, ପୂର୍ବତନ ଅଧକ୍ଷ୍ୟ ସ୍ୱତନ୍ତ୍ର ଉନୟନ ବିକାଶ ପରିଷଦ ସନ୍ତୋଷ କୁମାର ଅମାତ, ବରିଷ୍ଠ ନେତା ଜନ୍ମଜୟ ମହାପାତ୍ର, ଜୟନାରାୟଣ ତ୍ରିପାଠୀ, ପୂର୍ବତନ କାଉନ୍ସିଲର ବୀଣା ସାହୁ ସଭାରେ ମଂଚାସୀନ ଥିବା ସମସ୍ତ ଅତିଥି ବୃନ୍ଦ ଙ୍କ ସମେତ ସୁମନ୍ତ ପଣ୍ଡା, ବୈକୁଣ୍ଠ ନାଏକ, ବେଣୁଧର ତାଣ୍ଡିଆ, ସୁରେନ୍ଦ୍ର ଭିତ୍ତରିଆ, ଅଶୋକ କୁମାର ସ୍ୱାଇଁ, ମୁକେଶ ପୁରୋହିତ ବିଜୁ ବାବୁ ଙ୍କ ବୀରତ୍ୱ ଓ ଆଧୁନିକ ଓଡିଶା ଗଠନ ପାଇଁ ସେ ଯେଉଁ ସ୍ବପ୍ନ ଦେଖିଥିଲେ ସେ ବିଷୟରେ ଉଦବୋଧନ ଦେଇଥିଲେ ଓ ବିଜୁ ବାବୁଙ୍କୁ ଭାରତ ରତ୍ନ ପ୍ରଦାନ କରାଯିବା ପାଇଁ ଦାବି କରାଯାଇଥିଲା l ସମସ୍ତ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ ସୁନ୍ଦରଗଡ଼ ସଦର ବ୍ଲକ ଉପଧକ୍ଷ ଅଶ୍ଵିନୀ କୁମାର ନାଏକ, ଗୋପ ମହାନ୍ତି, ଲଲାଟେନ୍ଦୁ ପରିଡା, ବିଜୁ ଯୁବ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ସୁମନ୍ତ କୁମାର ପଣ୍ଡା, ବିଜୁ ଛାତ୍ର ଜନତା ଦଳ ସମ୍ବଲପୁର ଜୋନ ସଭାପତି ବୈକୁଣ୍ଠ କୁମାର ନାଏକ, ବିଜୁ ଜନତା ଦଳ ଆଇନଜୀବି ସାମ୍ମୁଖ୍ୟ ଜ଼ିଲ୍ଲା ଆବାହକ ଅଶୋକ କୁମାର ସ୍ୱାଇଁ, ପୂର୍ବତନ ଅଧକ୍ଷ୍ୟ ସୁନ୍ଦରଗଡ଼ ପୌରପାଳିକା ବେଣୁଧର ତାଣ୍ଡିଆ,ବଣ୍ଟି ପୁରୋହିତ, ଷ୍ଟିଫେନ ବିଲସନ ସୋରେନ, ଯୁବନେତା ସୁରେନ୍ଦ୍ର ଭିଟରିଆ,ହରିଚନ୍ଦନ ମାଝୀ, ନିର୍ମଳ ବୋଷ,ସୁଶୀଲ ପୁରୋହିତ, କୁନୁ ବିଶ୍ଵକର୍ମା, ଦୀପକ ଉର୍ମା, ମୁକେଶ ପୁରୋହିତ, ଶିବାଜୀ ନାଏକ, କ୍ରାନ୍ତି ଦେବ ମହାରଣା,ତ୍ରିଲୋଚନ କୋକ, ପଙ୍କଜ ଶ୍ରେଷ୍ଠ, ଆଶିଷ ମିଶ୍ର, ବିସ୍ମୟ ପଟ୍ଟନାୟକ, ରାଜା ମହାନ୍ତି, ସେହଵାଜ ହୁସେନ, ଋତୁରାଜ ପୁରୋହିତ, ଲୁଇସ କୁଲୁ, ଆଶିଷ ତ୍ରିପାଠୀ, ମାନସ ବେହେରା, ସୁଶାନ୍ତ ସେଠି, ଅନିରୁଦ୍ଧ ସାହୁ, ରାଜେଶ ପାଢ଼ୀ, କୁଲଦୀପ ସିଂ, ରୋଶନ ସାହୁ, ସୁବ୍ରତ ନାଏକ, ସୌରଭ ନାଏକ, ଧୀରଜ ପ୍ରସାଦ, ରବି ଜୟସ୍ବାଲ , ସ୍ୱାଗତ ଯୋଶୀ, ଗଣେଶ ଅଗ୍ରୱାଲ, ଟିଂକୁ ସାହୁ, ବିନୋଦ କଣ୍ଟରି ପ୍ରମୁଖ ଉପସ୍ଥିତ ଥିଲେ |
Sign in
Sign in
Recover your password.
A password will be e-mailed to you.
Prev Post