ବଲାଙ୍ଗୀର/ସ୍ୱତନ୍ତ୍ରପ୍ରତିନିଧି : ସରକାର ଦାରିଦ୍ର୍ୟ ସୀମାରେଖାତଳେ(BPL) ଥିବା ଲୋକଙ୍କ ପାଇଁ ଅନେକ ଯୋଜନା ଆଣିଛନ୍ତି,ସେଥିମଧ୍ୟରୁ ଜାତୀୟ ପରିବାର ମଙ୍ଗଳ ଯୋଜନା (NFBS)ଅନ୍ୟତମ | ୨୦୧୯ ମସିହା ଅଗଷ୍ଟ ମାସରୁ ସାରା ରାଜ୍ୟରେ ସାମାଜିକ ସୁରକ୍ଷା ବିଭାଗରେ ଅନଲାଇନ ପ୍ରକ୍ରିୟାରେ ଆବେଦନ କଲେ ଜାତୀୟ ପରିବାର ମଙ୍ଗଳ ଯୋଜନାର ସହାୟତା ରାଶି 20000 ଟଙ୍କା ପାଇପାରିବେ ବୋଲି ସରକାର ଚିଠି ମାଧ୍ୟମରେ ବିଭାଗକୁ ଅବଗତ କଲେ | କିନ୍ତୁ ଦୁଃଖର ବିଷୟ ଏହି କି ଯେ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ର ଅନେକ ହିତାଧିକାରୀ ଅନଲାଇନରେ ଆବେଦନ କରିଥିଲେ ସୁଦ୍ଧା ଆଜିକୁ ପ୍ରାୟ 3ମାସ ହେବ ତାଙ୍କ ସହାୟତା ରାଶି ପାଇବାରୁ ବଞ୍ଚିତ ଅଛନ୍ତି | ଏହି ବିଷୟରେ ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ଜାଣିବାକୁ ପାଇଲୁ ଯେ ବ୍ଲକ କାର୍ଯ୍ୟାଳୟରେ ତାଙ୍କ ସ୍ତରରେ ସେ ନିଜ କାମ ସାରିଦେଇଛନ୍ତି | କିନ୍ତୁ ତାହା ବର୍ତ୍ତମାନ ଜିଲ୍ଲା ଓ ରାଜ୍ୟସ୍ତରରେ ରହିଯାଇଛି କି ବୋଲି ଚିନ୍ତାରେ ରହିଯାଇଛନ୍ତି ବହୁ ହିତାଧିକାରୀ | ଏହି ଅନଲାଇନ ପ୍ରକ୍ରିୟାର ସବିଶେଷ ତଥ୍ୟ ବିଭାଗର ଜଣେ ଉଚ୍ଚସ୍ତରୀୟ ଅଧିକାରୀଙ୍କ ଠାରୁ ଜାଣିବାକୁ ପାଇଲୁ ଯେ ଏହା ପ୍ରତି ମାସର 1ରୁ 15 ତାରିଖ ମଧ୍ୟରେ ବ୍ଲକ କାର୍ଯ୍ୟାଳୟରେ ଆବେଦନ କରାଯାଏ 16ରୁ 24 ତାରିଖ ମଧ୍ୟରେ ଜିଲ୍ଲା ସ୍ତରରେ ଏହା ଯାଞ୍ଚ କରାଯାଇ ରାଜ୍ୟସ୍ତରକୁ ପୁନଃ ଯାଞ୍ଚ ପାଇଁ ପଠାଇ ଦିଆଯାଏ | ରାଜ୍ୟସ୍ତରରେ 25ରୁ 30 ତାରିଖ ମଧ୍ୟରେ ଯାଞ୍ଚ ପ୍ରକ୍ରିୟା ଶେଷ ହୋଇ DBT ମୋଡ଼ରେ ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ସହାୟତାରାଶି ପ୍ରେରଣ କରାଯିବାର ପ୍ରାବଧାନ ରହିଛି | ଉପରୋକ୍ତ ପ୍ରକ୍ରିୟାଟି କେତେ ଦୂର ସତ୍ୟାସତ୍ୟ ଅଟେ ତାହା ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି | କେବେ ଆଉ ହିତାଧିକାରୀ ତାଙ୍କ ସହାୟତାରାଶି ପାଇପାରିବେ ତାଙ୍କ ଏବେ ପ୍ରଶ୍ନବାଚୀ | ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ସୁମତି ବାଗ,ମମତା ଭୋଇ,ସଂଗୀତ ତାଣ୍ଡି,ନିଶା ସୁନା, ଲୋଚନା ବାଗ ଏହିଭଲି ଅନେକ ହିତାଧିକାରୀ ଆବେଦନ କରିଥିଲେ ମଧ୍ୟ୍ୟ ଆଜି ପର୍ଯ୍ୟନ୍ତ ସହାୟତାରାଶି ପାଇବାରୁ ବଞ୍ଚିତ ଥିବାରୁ ସରକାର ଙ୍କୁ ପ୍ରଶ୍ନ କରିଛନ୍ତି ଯେ “ମୋ ସରକାର “ଯୋଜନା କେତେଦୂର ସଫଳ | ଆମକୁ ମୋ ସରକାର ହକ ଦେବେ କି ବୋଲି ଆଶାୟୀ ହିତାଧିକାରୀମାନେ ଆଶାରେ ବସିଛନ୍ତି | ଏଥିପ୍ରତି ବଲାଙ୍ଗୀର ଜିଲ୍ଲାପାଳ,ସାମାଜିକ ସୁରକ୍ଷା ବିଭାଗ ମନ୍ତ୍ରୀ,ସାମାଜିକ ସୁରକ୍ଷା ବିଭାଗ କମିଶନର ଦୃଷ୍ଟିଦେଇ ଯଥାଶୀଘ୍ର ଖପ୍ରାଖୋଲ ବ୍ଲକର ସମସ୍ତ ହିତାଧିକାରୀ ଯେମିତି ଏହି ଯୋଜନାର ସହାୟତା ରାଶି ପାଇବାରୁ ବଞ୍ଚିତ ନହେବେ ସେଥିପ୍ରତି ଦୃଷ୍ଟି ଦେବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅଞ୍ଚଳବାସୀ ଗୁହାରି କରିଛନ୍ତି |
Sign in
Sign in
Recover your password.
A password will be e-mailed to you.
Next Post