ବଲାଙ୍ଗୀର (ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ମାଧିଆ ପାଳି ଗ୍ରାମ NH-201 ରୁ ବୁଢୀସିଣ୍ଢୋଲ ରାସ୍ତାରେ ଏକ ଭୂତଲ ପୋଲ ଅବସ୍ଥିତ । ସାମାନ୍ୟ ବର୍ଷା ରେ ଏଠି ଜମି ରହେ ଆଣ୍ଠୁଏ ପାଣି। ଫଳରେ ଯାତାୟାତ କରିବା ପାଇଁ ଅସୁବିଧା ହେଉଥିବା କହନ୍ତି ଏହି ଅଞ୍ଚଳର ବାସିନ୍ଦା । ପାଦଚଲା ପାଇଁ ଅନୁପୋଯୋଗୀ ହୋଇପଡୁଥିବା ବେଳେ ବାଧ୍ୟ ହୋଇ ଟ୍ରେନ ପଟରି ଉପର ଦେଇ ରାସ୍ତା ପାର କରନ୍ତି ଲୋକେ । ଅନେକ ସମୟରେ ଦୁର୍ଘଟଣା ହେଉଥିବା ମଧ୍ୟ କହନ୍ତି । ସରକାରୀ ଅର୍ଥରେ ନିର୍ମିତ ଲକ୍ଷାଧିକ ଟଙ୍କାର ପୋଲ ଆସୁନାହିଁ କାମକୁ। କାର୍ଯ୍ୟ ସମ୍ପୂର୍ଣ କରିଥିବା ଇଞ୍ଜିନିୟଙ୍କ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୁଏ। ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚିତ୍ ପଦକ୍ଷେପ ଗ୍ରହଣ କଲେ ଏଭଳି ସମସ୍ୟାର ସମାଧାନ ହୋଇ ପାରନ୍ତା ବୋଲି କହନ୍ତି ଏହି ଅଞ୍ଚଳର ବାସିନ୍ଦା ।
Sign in
Sign in
Recover your password.
A password will be e-mailed to you.