ଓଡିଶା କେନ୍ଦୁପତ୍ର ସଙ୍ଘ ତରଫରୁ ଗଣଧାରଣା

0 2

ସିନାପାଲି/ ନିରାକାର ମେହେର -ନୂଆପଡା ଜିଲ୍ଲା ସିନାପାଲି କେନ୍ଦୁପତ୍ର କାର୍ଯ୍ୟାଳୟ ରେ ବିଭିନ୍ନ ଦାବି ନେଇ ଆଜି ସିନାପାଲି କେନ୍ଦୁପତ୍ର କାର୍ଯ୍ୟାଳୟ ରେ ଗଣଧାରଣା ଦିଆଯାଇଛି !ସିନାପାଲି କେନ୍ଦୁପତ୍ର ରେଞ୍ଜର ଦେବଦତ ସୁତାର ଙ୍କ ଜରିଆ ରେ ମୁଖ୍ୟମନ୍ତ୍ରୀ ଙ୍କୁ 10 ଦଫା ଦାବିପତ୍ର କରାଯାଇଥିଲା !ଦାବି ପୂରଣ ନ ହେଲେ ମାର୍ଚ୍ଚ 11ତାରିଖ ଜିଲ୍ଲା ବ୍ୟାପି ରାସ୍ତାରୋକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି !ମଙ୍ଗଳବାର ମାଧ୍ୟାନ୍ନ ରେ କେନ୍ଦୁପତ୍ର ରେଞ୍ଜ ନିକଟ ରେ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଙ୍ଘ ଖରିଆର ଡିଭିଜନ ସମ୍ପାଦକ ଯଦୁମଣି ପାଣିଗ୍ରାହୀ ଙ୍କ ସଭାପତିତ୍ୱ ରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା !ସେଠାରେ ବକ୍ତା ମାନେ କେନ୍ଦୁପତ୍ର କର୍ମଚାରୀ ଓ ଶ୍ରମିକ ଙ୍କ ବିଭିନ୍ନ ଦାବି ଉପସ୍ଥାପନା କରିଥିଲେ !ଏହା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଉଦେଶ୍ୟ ରେ ସ୍ଥାନୀୟ ରେଞ୍ଜର ଙ୍କ ଜରିଆ ରେ 10ଦଫା ସମ୍ବଲିତ ଦାବିପତ୍ର ପ୍ରଦାନ କରାଯାଇଥିଲା !ଏହି କାର୍ଯ୍ୟକ୍ରମ ରେ ସଙ୍ଘ  ସଭାପତି ଉପେନ୍ଦ୍ର ନାଗ, ସମ୍ପାଦକ ମଙ୍ଗଳ ସାଏ, ବଗର୍ତି ସମେତ କମିଟି ଡମନ ସିଂ ନାଏକ, ଧନୁର୍ଯ୍ୟ ଗହୀର, ଆଖିଳ  ସିଂ ବାଗ, ରାମ ସିଂ ବାଗ, ଜଗମୋହନ ଜଗତ, ମୋହନ ଭୋଇ, ଗଣପତି ଧାକଡ, ପ୍ରମୁଖ ନେତୃତ୍ୱ  ନେଇଥିବା ବେଳେ ଶତାଧିକ କେନ୍ଦୁପତ୍ର କର୍ମଚାରୀ ଓ ତୋଳାଲି ଉପସ୍ଥିତ ଥିଲେ !

Leave A Reply

Your email address will not be published.