ପ୍ରଥମ ଜିଲ୍ଲାସ୍ତରୀୟ ଲୋକକଳା ମହୋତ୍ସବ ଉଦଯାପିତ

0

ପଦ୍ମପୁର(ଶାସକ ପ୍ରଶାସକ) ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ନିକଟସ୍ଥ ଢୋଲବନ୍ଧ ଗାଁରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡିଶା ସରକାର ଓ ଜିଲ୍ଲା କଳା ସଂସ୍କୃତି ସଂଘ, ବରଗଡ ର ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଥିବା ପ୍ରଥମ ଜିଲ୍ଲା ସ୍ତରୀୟ ଲୋକକଳା ମହୋତ୍ସବ ବରଗଡ – ୨୦୨୦ ଉଦଯାପିତ ହୋଇଯାଇଛି । ଉଦଯାପନୀ ଉତ୍ସବରେ ସାଂସ୍କୃତିକ ମଞ୍ଚରେ ଶୁକଦେବ ବରିହାଓ ଦଳ ପାଲାଓଡ଼ିଆ ନାଚ, ଘେଁସ ଦୁଲାବିଭା ସାଂସ୍କୃତିକ ପରିଷଦ ଦୁଲାବିହା ନାଚ, ଭରନି କଳା ପରିଷଦ ର ଶୁକଦେବ ଓ ଲିଙ୍ଗରାଜ ଲୋକ ଗୀତ, ଘୁମୁନିପାଲି ର ପାଲା, ଅମ୍ପକା ସାଂସ୍କୃତିକ ପରିଷଦ କୁଲତାପାଲି ର ଲୋକ ନୃତ୍ଯ, ତୁମୁରିପାଣି ର କଲଙ୍ଗି ନୃତ୍ୟ, ବୈତୀଲି ର ଚକ୍ର ପାଣି ସେଠଙ୍କ ସଂଚାର ନୃତ୍ୟ, ବ୍ରଜେଶ୍ବରୀ ନୃତ୍ୟ କଳା ସଂସଦ କୁମ୍ଭାରୀ ର ଶଦ୍ଦ ନୃତ୍ୟ, ମହୁଲପାଲି ର ଦିଲିପ ସାହୁଙ୍କ ଘୁଡକା ନୃତ୍ୟ, ବିଷ୍ଣୁ ବାରିକଙ୍କ ମହିଳା ସଂଚାର, ଭଗବାନ ସେଠଙ୍କ ଦଳ କରମସାନୀ ନୃତ୍ୟ ସମେତ ସୁନା ବରିହା ଓ ମଲିଫୁଲ ଲୁହାରଙ୍କ କଣ୍ଠର ଡାଲଖାଇ ଲୋକ ଗୀତ ଉପସ୍ଥିତ ଦର୍ଶକଙ୍କ ମନ ମୋହି ନେଇଥିଲା । ଉଦଯାପନୀ ଉତ୍ସବରେ ସନ୍ଧ୍ୟାରେ ମୁଖ୍ଯ ଅତିଥି ଭାବେ ବରଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତା ସାହୁ, ସମ୍ମାନିତ ଅତିଥି ଭାବେ ରାଜ୍ୟ ସଂସାଧନ ସଦସ୍ଯ ଅବନୀ କାନ୍ତ ମିଶ୍ର ଯୋଗଦାନ କରିଥିବା ବେଳେ ପଦ୍ମପୁର ଉପ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଜିଲ୍ଲା ସଂସ୍କୃତି ଅଧିକାରୀ କଲ୍ଯାଣୀ ଦାଶଙ୍କ ସଂଯୋଜନା ଦାୟିତ୍ବ ତୁଲାଇଥିଲେ । ଲୋକ କଳାକାର କୁ ସୁଯୋଗ ଦେଲେ ଯାଇ ଲୋକ ସଂସ୍କୃତି ଓ ଲୋକ କଳାକାର ତିଷ୍ଠି ରହିବେ ବୋଲି ଅତିଥି ମାନେ ଭାଷଣ ପ୍ରସଙ୍ଗରେ ମତବ୍ୟକ୍ତ କରିଥିଲେ । ଏଇ ପରି ପ୍ରେକ୍ଷରେ ଲୋକବାଦ୍ଯ କାରିଗର ଓ କଳାକାର ରତ୍ନକାର ଦୀପ, କରମସାନୀ କଳାକାର ଯୁଧିଷ୍ଠିର ସାହୁ, ଲୋକ ଅଭିନେତା ଭୁବନ ଭୋଇ, ଲୋକଗୀତ ଡାଲଖାଈ କଣ୍ଠଶିଳ୍ପୀ ମଲିଫୁଲ ସୁହାର ଓ ବ୍ରହ୍ମବୀଣା ବାଦ୍ଯକାର ଆନନ୍ଦ ବାଗଙ୍କୁ ଲୋକ କଳାର ବିକାଶ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ସମ୍ବର୍ଦ୍ଧିତ କରା ଯାଇଥିଲା ।

Leave A Reply

Your email address will not be published.