ବିଜୁ ଶତବାର୍ଷିକୀ ପାଳନ ଅବସରରେ ବିପିୟୁଟି ଡ଼ିପ୍ଲୋମା ଛାତ୍ର ସଂଘ ପକ୍ଷରୁ ରାଜ୍ୟସ୍ତରୀୟ ବିଶାଳ ଛାତ୍ରସମାବେଶ

0

ଭୁବନେଶ୍ୱର(ଶାସକ ପ୍ରଶାସକ). : ପ୍ରବାଦ ପୁରୁଷ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ପାଳନ ପରିପ୍ରେକ୍ଷୀରେ  ଓଡ଼ିଶା ବିପିୟୁଟି ଡ଼ିପ୍ଲୋମା ଛାତ୍ର ସଂଘ ପକ୍ଷରୁ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଇଂ ପାର୍ଥସାରଥୀ ମୁଦୁଲିଙ୍କ ନେତୃତ୍ୱରେ ଏକ ବିଶାଳ ରାଜ୍ୟସ୍ତରୀୟ ଛାତ୍ର ସମାବେଶ ଓ ବିପିୟୁଟିର ବାର୍ଷିକ ଉତ୍ସବ ଭୁବନେଶ୍ୱରସ୍ଥିତ ଉତ୍କଳ  ମଣ୍ଡପଠାରେ ଆସନ୍ତା ୧୫ ମାର୍ଚ୍ଚ ୨୦୨୦, ଦିବା ୩ ଘଟିକା ସମୟରେ ଅନୁଷ୍ଠିତ  ହେବ । ଏହି ଛାତ୍ର ସମାବେଶରେ ରାଜ୍ୟର ଅଗ୍ରଣୀ ବିଶ୍ୱବିଦ୍ୟାଳୟ ସହ ବୈଷୟିକ ବିଶ୍ୱବିଦ୍ୟାଳୟର ୩୦୦୦ ଉର୍ଧ୍ଵ  ଛାତ୍ରଛାତ୍ରୀମାନେ ଯୋଗ ଦେବେ । ପ୍ରବାଦ ପୁରୁଷ ବିଜୁବାବୁଙ୍କ ଜନ୍ମ ଜୟନ୍ତୀ ଅବସରରେ ଏହି ଛାତ୍ରସମାବେଶରେ ରାଜ୍ୟର ବରିଷ୍ଠ  ମନ୍ତ୍ରୀ ଓ ବିଧାୟକ ତଥା ଯୁବ ଓ ଛାତ୍ରନେତାମାନେ ଯୋଗଦାନ କରିବେ । ଏହି ପରିପ୍ରେକ୍ଷୀରେ ରାଜରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ବିଜୁ ବାବୁଙ୍କ ଜୀବନୀ ଉପରେ  ବକ୍ତୃତା, ଫଟୋଚିତ୍ରଗୁଡ଼ିକ ପ୍ରଦର୍ଶନ କରାଯିବା ସହ ବିପିୟୁଟି ବାର୍ଷିକ ଉତ୍ସବ ‘ଆଲିଗ୍ରେଟୋ-୨୦୨୦’ ଅବସରରେ ବଲିଉଡ଼୍ ଓ ଓଲିଉଡ୍  ପ୍ରସିଦ୍ଧ କଳାକାରମାନଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ  ହେବ ।

 

Leave A Reply

Your email address will not be published.