ସ୍ତ୍ରୀଙ୍କ ଅଭିଯୋଗରେ ଜେଲ ଯାଇଥିଲେ, ସେଠି ଚାଲିଗଲା ଜୀବନ 

0

 ଚିକିତ୍ସାଧୀନ ଅବସ୍ଥାରେ ବିଚାରାଧିନ କଏଦୀଙ୍କ ମୃତ୍ୟୁ।

 ବାରିପଦା(ଦିଲ୍ଲୀପ ମହାନ୍ତି)- ବାରିପଦା ସ୍ଥିତ ପିଆରଏମ୍ ମେଡିକାଲରେ ବାରିପଦା ମଣ୍ଡଳ କାରାଗାରର ଜଣେ ବିଚାରାଧିନ କଏଦୀଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି। ମୃତକ ସୁରଜ ନାଥ (୪୫) ସମ୍ବଲପୁର ଜିଲ୍ଲାର ସିକମପୁର ଅଞ୍ଚଳର ବାସିନ୍ଦା ହୋଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ମୋରଡା ଅଞ୍ଚଳରେ ପ୍ରେମ ବିବାହ କରି ବସବାସ କରି ଆସୁଥିଲେ। ତେବେ ଗତ ଶୁକ୍ରବାର ଦିନ ପାରିବାରିକ କଳହକୁ କେନ୍ଦ୍ର କରି ପତ୍ନୀ କୁମୁଦିନୀ ମହାକୁଡଙ୍କୁ ପିଟାମରା କରିଥିଲେ। ଯାହାକୁ ନେଇ ସ୍ତ୍ରୀ କୁମୁଦିନୀ ମୋରଡା ଥାନାରେ ଅଭିଯୋଗ କରିବା ପରେ ପୋଲିସ ସ୍ୱାମୀ ସୁରଜକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜାମିନ ଅବେଦନ ଖାରଜ ହେବାରୁ ତାଙ୍କୁ ବାରିପଦା ମଣ୍ଡଳ କାରାଗାରକୁ ପଠାଇ ଦିଆ ଯାଇଥିଲା ଏବଂ କାରାଗାରରେ ହଠାତ  ଶରୀର ଅସୁସ୍ଥ ହେବାରୁ ତାଙ୍କୁ ଜେଲ୍ କର୍ତ୍ତୃପକ୍ଷ ମେଡିକାଲରେ ଭର୍ତ୍ତି କରିଥିଲେ। ଚିକିତ୍ସାଧିନ ଅବସ୍ଥାରେ ରବିବାର  ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ  ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ପୂର୍ବରୁ ଡାକ୍ତରଙ୍କ ନିକଟରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥାନ୍ତି । ଯଦି ଅଭିଯୁକ୍ତର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ତେବେ ହଠାତ ଅସୁସ୍ଥ ହେଲେ କେଉଁ କାରଣରୁ ଏହାକୁ ନେଇ ପ୍ରଶ୍ନ ଉଠିଛି । 

 

Leave A Reply

Your email address will not be published.