“ଉତ୍କଳ କନିକା ଗେଲେରିଆ” ପକ୍ଷରୁ ମିଷ୍ଟର,ମିସେଶ୍ ଓ ଜୁନିୟର ଉତ୍କଳ ପ୍ରତିଯୋଗିତା 

0

ରାଜ୍ୟର ବିଭିନ୍ନ ସହରରୁ ଆସି ସାମିଲ ହେଲେ ୨୦୦ରୁ ଉର୍ଧ୍ଵ ପ୍ରତିଯୋଗୀ 

ଭୁବନେଶ୍ୱର (ଶାସକ ପ୍ରଶାସକ)  କଳ୍ପନା ସ୍ଥିତ ଖ୍ୟାତିସମ୍ପନ୍ନ “ଉତ୍କଳ କନିକା ଗେଲେରିଆ” ମଲ ଏକ ନୂଆ ପ୍ଲାଟଫର୍ମ ନେଇ ଓଡିଶାବାସୀଙ୍କ ପାଇଁ ଫ୍ୟାସନ, ଷ୍ଟାଇଲକୁ ଲୋକମାନଙ୍କ ଭିତରେ ପହଂଚାଇବାକୁ ଏକ ମେଗା ଫ୍ୟାସନ ସୋ ମାଧ୍ୟମରେ ପ୍ରୟାସ କରିଛି । ଏହି ଫ୍ୟାସନ ସୋ ପ୍ରତିଯୋଗିତାକୁ ୩ ଟି ଶ୍ରେଣୀରେ ବିଭକ୍ତ କରାଯାଇଛି । ମିଷ୍ଟର ଉତ୍କଳ, ମିସେଶ୍ ଉତ୍କଳ ଓ ଜୁନିୟର ଉତ୍କଳ ୨୦୨୦ ନାମରେ ନାମିତ କରାଯାଇଛି।  

ଏହି ପ୍ରତିଯୋଗିତାର ଫାଇନାଲ ୨୯ ଫେବୃଆରୀ ୨୦୨୦ ଦିନ ଉତ୍କଳ ଗ୍ୟାଲେରିଆ ଦ୍ୱାରା ଆୟୋଜନ କରାଯାଇଥିଲା । ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ ଓଡିଶାର ୨୦୦ ପ୍ରତିଯୋଗୀ । ସେମାନଙ୍କ ପାଇଁ କୌଣସି ପ୍ରବେଶ ଦେୟ କିମ୍ବା ବୟସ ସୀମାର କୌଣସି ସର୍ତ୍ତାବଳୀ ରଖାଯାଇନଥିଲା । ଓଡିଶାର ବିଭିନ୍ନ ସହରରୁ ଆସିଥିବା ୨୦୦ ପ୍ରତିଯୋଗୀ ମାନଙ୍କ ମଧ୍ୟରୁ ୧୪ ଜଣ ପ୍ରତିଯୋଗୀଙ୍କୁ ୨୭ ଫେବୃଆରୀ ଦିନ ଜୁରୀ ମେମ୍ବରମାନେ ଗ୍ରାଣ୍ଡ ଫାଇନାଲକୁ ବାଛିଥିଲେ । ଗ୍ରାଣ୍ଡଫାଇନାଲକୁ ଆହୁରୀ ପ୍ରତିଯୋଗୀତା ମୂଳକ ଓ ସୁନ୍ଦର କରିବାକୁ ଅଭିଜ୍ଞ ଫ୍ୟାସନ ଡିଜାଇନର ମାନଙ୍କ ଦ୍ୱାରା ସେମାନଙ୍କୁ ଗ୍ରୋମଅପ୍ କରାଯାଇଥିଲା । ଏହି ଗ୍ରୋମଅପ୍ କାର୍ଯ୍ୟକ୍ରମରେ ମୁଖ୍ୟତଃ ସୁଖ୍ୟାତିସମ୍ପର୍ଣ୍ଣ ଫ୍ୟାସନ ଡିଜାଇନର ମି: ଜୋହନ ଅଜୟ ଦାୟିତ୍ୱ ନିର୍ବାହ କରିଥିଲେ । 

ଏହି ଗ୍ରାଣ୍ଡଫାଇନାଲରେ ବିଚାରକ  ଭାବେ ସୁପ୍ରସିଦ୍ଧ ଫ୍ୟାସନ ଡିଜାଇନର ରମୁଲି ପଟ୍ଟନାୟକ, ସିଦ୍ଧାର୍ଥ  ମହାନ୍ତି, ସ୍ଥିତପ୍ରଜ୍ଞ. ସୁସ୍ମିତା ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ମେଗା ଫ୍ୟାସନ ସୋ ର ବିଜେତାଙ୍କୁ ପୁରସ୍କୃତ କରିଥିଲେ ସୁବାସ ଭୋରା (ଚେୟାରମ୍ୟାନ ଉତ୍କଳ ବିଲଡର୍ସ) , ସରଦ ବୈଦୀ (ଏମ୍‌.ଡି ଉତ୍କଳ ବିଲଡର୍ସ),ଅମିତ ବୈଦୀ (ଏମ୍‌.ଡି ଉତ୍କଳ ବିଲଡର୍ସ), ପୁର୍ଣ୍ଣିମା ବୈଦୀ (ନିର୍ଦ୍ଦେଶକ ଉତ୍କଳ କନିକା ଗ୍ୟାଲେରିଆ), । ଏହି ପ୍ରତିଯୋଗୀତା ଟି ଉତ୍କଳ ଗ୍ୟାଲେରିଆ ମଲର ପରିଚାଳକଙ୍କ ଦ୍ୱାରା ସଂପାଦିତ ହୋଇଥିଲା । 

ଏହି ପ୍ରତିଯୋଗୀତା ଶେଷରେ ସପରର୍ସ ଷ୍ଟପ, ଇଣ୍ଡିଆନ ଟେରାନୀ, ଇଣ୍ଡଲଗ ସେଲୁନ, ମୋଚି, ଟାଇମଜୋନ, ହେମଲେଜ୍‌, ଜାଇମ ଭୋଗ୍ୟୁ, ମ୍ୟାଗ, ଆଶୁତୋଷ ଫୋଟମ୍ୟାଜିକ୍‌, ଆଇ.ଏନ.ଆଇ.ଏଫ୍‌.ଡି ଭୁବନେଶ୍ୱର, ଫାଲକନ ଆଇ ଏଣ୍ଟରଟନମେଣ୍ଟ, ମାଇଁ ଭୁବନେଶ୍ୱର,ଆଡିକସନ ଫ୍ୟାସନ ମ୍ୟାନେଜମ୍ୟାଣ୍ଟ ଭଳି କମ୍ପାନୀ ମାନେ ସେମାନଙ୍କର ଆନ୍ତରିକ ଶୁଭେଚ୍ଛା ଜଣାଇଥିଲେ ।

 

Leave A Reply

Your email address will not be published.