ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଜାତୀୟ ବିଜ୍ଞାନ ଦିବସ ପାଳିତ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଶୁକ୍ରବାର ଦିନ “ଜାତୀୟ ବିଜ୍ଞାନ ଦିବସ” ପାଳିତ ହୋଇଯାଇଛି। ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ବିଜ୍ଞାନ ଶିକ୍ଷକ ବିନୋଦ ଚନ୍ଦ୍ର ଜେନା ଯୋଗ ଦେଇ ଦୈନନ୍ଦିନ ଜୀବନରେ ବିଜ୍ଞାନର ଉପାଦେୟତା ଓ ବୈଜ୍ଞାନିକ ସି.ଭି. ରମଣଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ଅନ୍ୟତମ ଅତିଥି ଭାବେ ଜନ୍ମେଜୟ ସାହୁ ଯୋଗ ଦେଇ ଚଳିତ ବର୍ଷର ଥୀମ୍ “ବିଜ୍ଞାନ କ୍ଷେତ୍ର ରେ ମହିଳାଙ୍କ ଯୋଗଦାନ” ବିଷୟରେ ପିଲାମାନଙ୍କୁ ଅନୁପ୍ରାଣିତ  କରିଥିଲେ। ଏହାପରେ ବକୃତା, କୁଇଜ ଓ ପ୍ରକଳ୍ପ ପ୍ରଦର୍ଶନୀ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ  କରିଥିଲେ ଅତିଥି ମାନେ। ବରିଷ୍ଟ ବିଜ୍ଞାନ ଆଚାର୍ଯ୍ୟା ଶ୍ରୀମତୀ ଶ୍ରଦ୍ଧାମୟୀ ପାଢ଼ୀ ସଂଯୋଜନା କରିଥିବା ବେଳେ  ଗୁରୁଜୀ ଗୁରୁମା ମାନେ ସହଯୋଗ କରିଥିଲେ।

Leave A Reply

Your email address will not be published.