ଅନାଥ ଚାନ୍ଦିନୀ ହେଲା ବଡ ଘର ଅଗଣାର ଚାନ୍ଦ 

0

http://www.youtube.com/watch?v=RFfS4MWNqgQ 

ହୃଦୟବାନ ମଣିଷ କ୍ଷୀରୋଦଙ୍କୁ ହୃଦୟରୁ ସଲାମ, ସେ ପରିବାରକୁ ବି ଧନ୍ୟବାଦ 

ସମ୍ବଲପୁର/ ରମାକାନ୍ତ ବିଶ୍ୱାଳ : କଥାରେ ଅଛି ଯେତେ ଭାଇ ସେତେ ଘର ଆଉ ଯେତେ ଝିଅ ସେତେ ବର ।ଭାଗ୍ୟ କେତେବେଳେ କାହାକୁ ନେଇ କେଉଁଠି ଥୋଇବ କେହି କହିପାରିବେନି ,ନହେଲେ ଭଙ୍ଗା ଦଦରା ଘରେ ଛୋଟରୁ ବଡ ହେଇଥିବ ବାପ ଛେଉଣ୍ଡ ଝିଅ ଏତେ ବଡ଼ ଘର ର ବୋହୁ ହୋଇ ନ ଥାନ୍ତା ।ତାଙ୍କ ହାତ ଧରିଥିବା ଯୁବ ବ୍ୟବସାୟୀ ସମାଜ ସେବା କରୁ କରୁ ଆଶ୍ରମର  ଏହି ନିରଶ୍ରୟ ଝିଅ ପ୍ରତି ଆଶକ୍ତ ହୋଇ ପଡିଲେ ଜାଣି ପାରିଲେ ନାହିଁ । ପରିବାର ବିବାହବାର୍ଷିକୀ ,ଜନ୍ମୋତ୍ସବ ଏକୋଇଶିଆ, ଆଦି ପର୍ବ ଅବସରରେ ନିୟମିତ ଆସୁଥିଲେ ବରଗଡ଼ ସିମେଣ୍ଟ ଫେକ୍ଟ୍ରି ନିକଟରେ ଥିବା ଏହି ବାଲ୍ୟଶ୍ରମକୁ ।ଏହି ଆଶ୍ରମରେ ହୋଇଗଲା ପ୍ରେମ । ତା ପରେ ପରିବାର ର ସହମତି କ୍ରମେ ବିବାହ ।ଆଉ ଏହି ବିବାହୋତ୍ସଵରେ ଯୋଗ ଦେଇଥିଲେ  ଡାକ୍ତର,ସାମ୍ବାଦିକ,ଓକିଲ, ସମାଜସେବି,ରାଜନେତା ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି । ବିଭାହୋତ୍ସଵ କୁ ଦେଖିଲେ ଆଦୌ ଜଣା ପଡୁନଥିଲା ଏହା ଗୋଟେ ଅନାଥ ଝିଅ ର ବାହାଘର ବୋଲି । ଆଉ ଭଗବାନଙ୍କ ଆଶୀର୍ବାଦରୁ ଅନାଥ ଝିଅଟି ଏବେ ବଡଘାର ଅଗଣାର ଚାନ୍ଦ ପାଲଟିଯାଇଛି |

 ବରଗଡ ବିମଳା ଦେବୀ ଅନାଥା ଆଶ୍ରମ ର ଅନାଥା ଝିଅ ଚାନ୍ଦନୀ,ପାଦରେ ଅଳତା ଦେହରେ ଲାଲ ଫରଫର ଶାଡି,ହାତରେ ମେହେନ୍ଦି ଲଗାଇବା ସହ ମଥାରେ ଲାଲ ଓଢଣୀ ଦେଇ ଯାଉଛନ୍ତି ବିବାହ କରିବାକୁ ,ବରଗଡ ଜିଲ୍ଲା ଅତାବିରା ବ୍ଲକ କାଠ ଡେରା ଗ୍ରାମର କ୍ଷୀରୋଦ ଅଗ୍ରୱାଲ ଙ୍କୁ ସମସ୍ତ ହିନ୍ଦୁ ରୀତି ନୀତିରେ ଚାଲିଛି ବିବାହ କାର୍ଜ୍ୟକ୍ରମ, ଆସନ୍ତୁ ଦେଖିବା ଆମର ଏହି ଏକ୍ସକ୍ଲୁସିବ ରିପୋର୍ଟ ।

ମଥାରେ ଓଢଣୀ ,ହାତରେ ମେହେନ୍ଦି,ପାଦରେ ଅଳତା , ନିଜ ମଥାରେ ସ୍ୱାମୀଙ୍କ ନାମର ସିନ୍ଦୁର ପିନ୍ଧି ଅଗ୍ନି କୁ ସାକ୍ଷ କରି  ସମସ୍ତ ହିନ୍ଦୁ ରୀତି ନୀତିରେ ହସ୍ତ ବନ୍ଧନ ପକାଇ ହୋଇଛନ୍ତି ବିବାହ ଚାନ୍ଦନୀ , ଏବଂ ପାଇ ପାରିଛନ୍ତି ନିଜ ସାତ ଜନ୍ମ ର ସାଥୀକୁ , ବରଗଡ ସିମେଣ୍ଟ ନଗର ସ୍ଥିତ ରାଣିସତୀ ମନ୍ଦିର ରେ ସମସ୍ତ ବର ପକ୍ଷର ପରିବାର ଓ ଅନାଥା ଆଶ୍ରମ ର କାର୍ଜ୍ୟକର୍ତା ଓ ତାଙ୍କ ସାଙ୍ଗ ସାଥି ଙ୍କ ଉପସ୍ଥିତିରେ ସମ୍ପୂର୍ଣ ହୋଇଛି ବିବାହ, ହେଲେ ଏବେ ସମୟ ହୋଇଛି ବିଦାୟ ନେବାର ଯିବାକୁ ହେବ ଶାଶୁଘର,ଆଶ୍ରମ ର କୁନି କୁନି ଭାଇ ଭଉଣୀ ଓ ତାଙ୍କ ପରିବାର ଯଉଠାରେ ସେ ଦୀର୍ଘ ୨୧ ବର୍ଷ କାଳ ପର୍ଯ୍ୟନ୍ତ ରହିଆସିଥିଲେ କେମିତି ଭୁଲିବେ ସେ ଅଭୂଲା ସ୍ମୃତି ସେ ବାଲ୍ୟ ଜୀବନ କାଳ ସେ ସବୁ ଭାବି ତାଙ୍କ ଆଖିରୁ ଲୁହ ଝରିବା ବନ୍ଦ ପଡୁ ନାହି, ଯାହା ଭି ହଉ ଆଗକୁ ଚାନ୍ଦନୀ ଏକ ସୁଖର ସଂସାର ଗଢିବେ ଏବଂ ତାଙ୍କ ଜୀବନରେ କେବେବି ଆଉ ଦୁଖ ଫେରିବ ନ।ହିଁ  ବୋଲି ମଙ୍ଗଲ କାମନା କରିଛନ୍ତି ସମସ୍ତେ । 

Leave A Reply

Your email address will not be published.