ଅମିତ ଶାହଙ୍କ ଓଡିଶା ଗସ୍ତ ପୂର୍ବରୁ ଜନତା ମଇଦାନରେ ପ୍ରସ୍ତୁତି ସମୀକ୍ଷା କଲେ  ଧର୍ମେନ୍ଦ୍ର 

12

ଭୁବନେଶ୍ୱର,(ଶାସକ ପ୍ରଶାସକ)– କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦୁଇଦିନିଆ ଓଡିଶା ଗସ୍ତ କାର୍ଯ୍ୟକ୍ରମର ଦିନକ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଦଳର ନେତାମାନଙ୍କ ସହ ସ୍ଥାନୀୟ ଜନତା ମଇଦାନକୁ ଯାଇ ପ୍ରସ୍ତୁତି ସମୀକ୍ଷା କରିଛନ୍ତି ।

ଉଲ୍ଲେଖନୀୟ ଯେ, ଶୁକ୍ରବାର ଜନତା ମଇଦାନ ଠାରେ ବିଜେପି ପକ୍ଷରୁ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ  ହେବ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଯୋଗଦେଇ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଜନତା ମଇଦାନରେ ସ୍ଥିତି ଅନୁଧ୍ୟାନ କରିବା ସହ ଦଳର ସଦସ୍ୟମାନଙ୍କୁ ପ୍ରସ୍ତୁତି କାର୍ଯ୍ୟ ସମ୍ବନ୍ଧରେ ପଚାରି ବୁଝିଛନ୍ତି ।ଏହି କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ ଜିଲ୍ଲାରୁ ବିଜେପି କର୍ମୀ ଓ ସାଧାରଣ ଜନତା ଯୋଗଦେବାର କାର୍ଯ୍ୟକ୍ରମ ରହିଛି । 

Leave A Reply

Your email address will not be published.