ସମ୍ବଲପୁର,(ରମାକାନ୍ତ ବିଶ୍ବାଳ): ବୁର୍ଲା ଭିମସାର ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତର ଶଂକର ରାମଚନ୍ଦନି ଆଗରୁ ଅନେକ ଗରିବ ରୋଗୀଙ୍କ ପାଇଁ ସହାୟତାର ହାତ ବଢାଇ ସବୁ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଲେ ଆଜି ପୁଣି ଆଉ ଜଣେ ଜଟିଳ ରୋଗ ରେ ପୀଡିତ ଥିବା ଗରୀବ ରୋଗୀ କୁ ଯୋଗାଇ ଦେଲେ ଚାରି ଚାରି ଟା 15 ହଜାର ଟଙ୍କା ମୂଲ୍ୟର ଇମିନୋଗ୍ଲୋବିନ ନାମକ ମୋଟ 60 ହଜାର ଟଙ୍କlର ଇଞ୍ଜେକ୍ସନ l ଡାକ୍ତରଙ୍କ କହିବା ଅନୁସାରେ ଗୁଲେନ ବେରି ସିମଡ୍ରମ ନାମକ ଏହି ଜଟିଳ ରୋଗ ଖୁବ କମ ଲୋକଙ୍କୁ ହୋଇଥାଏ ଆଉ ରୋଗୀ ଙ୍କୁ ପ୍ରତିଦିନ ଏହି ପରି 4/5 ଦିନ ପର୍ଯ୍ୟନ୍ତ 15 ହଜାର ଟଙ୍କା ମୂଲ୍ୟ ର 4 ଟି ଦାମୀ ଇଞ୍ଜେକ୍ସନ ମୋଟ 60 ହଜାର ଟଙ୍କାର ଆବଶ୍ୟକ ହୋଇ ଥାଏ l ବର୍ତ୍ତମାନ ଡାକ୍ତର ରାମଚନ୍ଦନି ଗୋଟିଏ ଦିନର ଇଞ୍ଜେକ୍ସନ ଯୋଗାଇ ଦେଇ ଥିବା ବେଳେ ଉକ୍ତ ଗରୀବ ରୋଗୀଙ୍କୁ ଆଉ 4 ଦିନର ଇଞ୍ଜେକ୍ସନ ର ଆବଶ୍ୟକତା ଅଛି l ଉକ୍ତ ମହିଳା ରୋଗୀ ଜଣକ ବର୍ତ୍ତମାନ ବୁର୍ଲା ଡାକ୍ତରଖାନା ମେଡ଼ିସିନ ୱାର୍ଡ unit 6 ର ବେଡ଼ ନମ୍ବର 234 ରେ ଚିକିତ୍ସିତ ହେଉଛନ୍ତି l
Sign in
Sign in
Recover your password.
A password will be e-mailed to you.