ଜୁନାଗଡ ପୋଲିସ ପକ୍ଷରୁ ରକ୍ତଦାନ ଶିବିର

0

ଜୁନାଗଡ/ ଆଦିତ୍ୟ ମହାନ୍ତି : କଳାହାଣ୍ଡି ଜିଲ୍ଲା ଜୁନାଗଡ  ସ୍ଥିତ ଆଗ୍ରେସନ୍ ଭାଵନ ଠାରେ ଜୁନାଗଡ ପୁଲିସ ଦ୍ଵାରା ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି ରକ୍ତ ଦାନ ଶିବିର କୁ କଳାହାଣ୍ଡି ଏସପି ବାତୁଲ ଗଙ୍ଗାଧର ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ.। ଧର୍ମଗଡ଼ ଏସଡିପିଓ ଲକ୍ଷ୍ମୀନାରାୟଣ ପଣ୍ଡା ଏବ୍ଂ ଜୁନାଗଡ଼ ଥାନା ଅଧିକାରୀ ଉତ୍ତମ୍ କୁମାର ସାହୁ ଙ୍କ ତତ୍ତ୍ଵାବଧାନରେ ଏହି ଶିବିର ଅନୁଷ୍ଠିତ ହୋଇ ଥିଲା ।

ଏହି ରକ୍ତ ଦାନ ଶିବିର ରେ ଜୁନାଗଡ ଅଞ୍ଚଳ ର ବହୁ ଅନୁଷ୍ଠାନ ର କର୍ମକର୍ତ୍ତା ମାନେ ସ୍ୱେଚ୍ଛାକୃତ ରକ୍ତ ଦାନ କରିଥିଲେ । ଏହି ଶିବିର ରେ ସହେ ବାବନ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଶିବିରକୁ  କଳାହାଣ୍ଡି ରେଡ୍ କ୍ରସ ଓ ଧର୍ମଗଡ ରେଡ୍ କ୍ରସ୍ ର କର୍ମକର୍ତ୍ତାଙ୍କ ସହ ବିଭିନ୍ନ ସଂଗଠନ ର କର୍ମକର୍ତ୍ତା ସ୍ଥାନୀୟ ବାସିନ୍ଦା ପୁଲିସ କର୍ମଚାରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.