ଭିଜିଲାନ୍ସ ଜାଲରେ ବଡ଼ବିଲ ଆସିଷ୍ଟାଣ୍ଟ ଆର ଆଇ

0

ବଡବିଲ (ଶାସକ ପ୍ରଶାସକ) ବଡ଼ବିଲ ତହସିଲ୍ ଅଧିନସ୍ଥ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ରେ ଭିଜିଲାନ୍ସ ରେଡରେ ଲାଞ୍ଚ ନେଉଥିବା ବେଳେ ଧରା ପଡିଛନ୍ତି ଅତିରିକ୍ତ ରାଜସ୍ବ ନିରୀକ୍ଷକ ରାମେଶ୍ବର ମାରାଣ୍ଡି।

ଘଟଣାରୁ ପ୍ରକାଶ ଯେ ବଡ଼ବିଲ କାରା-କୋଲହା ଗ୍ରାମର ଯକ୍ରିଏସ କିଷ୍ପଟା ନାମକ ବ୍ୟକ୍ତି ତାଙ୍କର ଜମି ଚିହ୍ନଟ ପାଇଁ  ବିଗତ ଦୁଇ ମାସ ତଳେ ଆବେଦନ କରିଥିଲେ। ତାଙ୍କ ଜମି ଚିହ୍ନଟ ପାଇଁ ଅତିରିକ୍ତ ରାଜସ୍ବ ନିରୀକ୍ଷକ ୫୦୦୦  ଟଙ୍କା ଲାଞ୍ଚ  ମାଗିଥିଲେ। ଏ ବାବଦରେ ଯକ୍ରିଏସ କେନ୍ଦୁଝର ଜିଲ୍ଲାର ଭିଜିଲାନ୍ସ କାର୍ଯ୍ୟାଳୟରେ ଅଭିଯୋଗ କରିବା ପରେ ଆଜି ଯୋଜନା ମୁତାବକ ଭିଜିଲାନ୍ସ ଡିଏସପି ଦେବଦତ୍ତ ସିଂ  ରାଜସ୍ବ କାର୍ଯ୍ୟାଳୟରେ ପହଞ୍ଚି  ୩୦୦୦ ଟଙ୍କା ଲାଞ୍ଚ ନେବାବେଳେ  ଅତିରିକ୍ତ ରାଜସ୍ବ ନୀରକ୍ଷକ ରାମେଶ୍ବର ମାରାଣ୍ଡିଙ୍କୁ ଗିରଫ କରିଛନ୍ତି।

Leave A Reply

Your email address will not be published.