ଶେଖ ହାଇଦର ମେମୋରିଆଲ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ 

0

ପଦ୍ମପୁର(ଶାସକ ପ୍ରଶାସକ): ୧୪ତମ ଶେଖ ହାଇଦର ମେମୋରିଆଲ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ପଦ୍ମପୁର ଟାଉନ କ୍କବ ପଡିଆ ଠାରେ ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଟାଉନ କ୍କବ ସଭାପତି ଶିରିଶ ବହିଦାର,ସମ୍ମାନିତ ଅତିଥି ଭାବେ ଟାଉନ କ୍କବ ସଂପାଦକ ପ୍ରଦାପ ମିଶ୍ର, ଗୋବିନ୍ଦ ଅଗ୍ରୱାଲ,ବିଷ୍ଣୁ ଦୋରା, ବେଣୁ ମାଧବ ଦୋରା,ସଚ୍ଚିଦାନନ୍ଦ ବହିଦାର,ମିଲୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ ଟୁର୍ଣ୍ଣାମେଣ୍ଟରେ ୪୦ଟି ଦଳ ଅଂଶଗ୍ରହଣ କରିଥିଲେ । ଫାଇନାଲ ମ୍ୟାଚ ପଦ୍ମପୁର ହରି ଶଙ୍କର ସିଂହ, ସୁଧିର ସାହୁଙ୍କ ସହିତ ରିତେଶ ସାହୁ,କ୍ଷୀରୋଦ ନେଗୀ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । କିନ୍ତୁ ବର୍ଷାଯୋଗୁଁ ତାହା ବାଧାପ୍ରାପ୍ତ ହେତୁ ଦୁହିଁ ଦଳକୁ ବିଜେତା ରୂପରେ  ପୁରସ୍କାର ବିତରଣ କରାଯାଇଥିଲା । ପୁରସ୍କାର ବିତରଣୀ ଉତ୍ସବରେ ପଦ୍ମପୁର ଟାଉନ କ୍କବ ସଂପାଦକ ପ୍ରତାପ ମିଶ୍ର ପୁରସ୍କାର ପ୍ରଦାନ କରିଥିଲେ । ଉକ୍ତ ସମସ୍ତ କାର୍ଯ୍ୟକ୍ରମ କୁ ବ୍ୟାଡ଼ମିଣ୍ଟନ ଏସୋସିଏସନ ସଦସ୍ୟ ଅଶୋକ ମିଶ୍ର, କିଶୋର ପାତ୍ର, ଅଶୋକ ସାହୁ, ଦୀପକ ଅଗ୍ରୱାଲ, ଅପ୍ପୁ ମହମ୍ମଦ, ସଲମାନ ମହମ୍ମଦ,ଫରୋଜ ଖାନ୍, କପିଳ ଅଗ୍ରୱାଲ, ସୋମନାଥ ଅଗ୍ରୱାଲ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.