ଖାଉଥେଲେ, ଖାପକିନି ମାଡି ବସିଲା ଭିଜିଲାନ୍ସ 

0

http://www.youtube.com/watch?v=wyxAQW7SIVs

ସମ୍ବଲପୁର ମହାନଗର ନିଗମର ବରିଷ୍ଠ ଅମିନ  ଦୁର୍ନୀତି ନିବାରଣ ବିଭାଗର ଦ୍ବାରା ଗିରଫ ।

ସମ୍ବଲପୁର(ରମାକାନ୍ତ ବିଶ୍ବାଳ ) ମହାନଗର ନିଗମର ବରିଷ୍ଠ ଅମିନ ପ୍ରସନ୍ନ କୁମାର ପରିଡା  ଘର ନକ୍ସା ମଞ୍ଜୁରୀ ପାଇଁ ନଗଦ ପନ୍ଦର ହଜାର ଟଙ୍କା  ଲାଞ୍ଚ ଖାଉଥିବା ବେଲେ  ଦୁର୍ନୀତି ନିବାରଣ ବିଭାଗ ଦ୍ବାରା ଆଜି ଗିରଫ ହୋଇଛନ୍ତି l

ଅଇଁଠାପାଲି ଥାନା ଗୋପାଳମାଳ ନିବାସୀ ତୃପ୍ତି ମୟୀ ପଣ୍ଡା ପ୍ରାୟ ଏକ ମାସ ପୂର୍ବେ ନିର୍ମାଣ କରିବାକୁ ଥିବା ଘରର ନକ୍ସା ମଞ୍ଜୁର ପାଇଁ ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟରେ  ଆବେଦନ କରିଥିଲେ l ଏହି ଘରର ନକ୍ସା ମଞ୍ଜୁର ପାଇଁ ଅମିନ ପ୍ରସନ୍ନ କୁମାର ପରିଡା ପନ୍ଦର ହଜାର ଟଙ୍କା ଦାବୀ କରିଥିଲେ l ଏ ସଂକ୍ରାନ୍ତରେ ସମ୍ବଲପୁର ଦୁର୍ନୀତି ନିବାରଣ ବିଭାଗରେ ଅଭିଯୋଗ କଲା ପରେ ଆଜି ବିଭାଗ ପକ୍ଷରୁ ମହାନଗର ନିଗମ କାର୍ଯ୍ୟାଳୟରେ ଅମିନ ପ୍ରସନ୍ନ କୁମାର ପରିଡା ନଗଦ ପନ୍ଦର ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବରୁ  ଛକି ରହି ଥିବଲ ଦୁର୍ନୀତି ନିବାରଣ ବିଭାଗ ଅଧିକାରୀଙ୍କ ଦ୍ଵାରା ଗିରଫ ହୋଇଥିଲେ  l ଅମିନ ପ୍ରସନ୍ନ କୁମାର ପରିଡାଙ୍କ ସରକାରୀ ବାସଭବନରେ ମଧ୍ୟ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବହୁ ଗୁରୁତ୍ୱ ପୁର୍ଣ କାଗଜପତ୍ର ଜବତ କରାଯାଇଥିବା ଦୁର୍ନୀତି ନିବାରଣ ବିଭାଗ ଆରକ୍ଷୀ ଅଧିକ୍ଷକ ସୁବାସ ଚନ୍ଦ୍ର ସ୍ୱାଇଁ ଗଣମlଧ୍ୟମ କୁ ସୂଚନା ଦେଇଛନ୍ତି l

ଏହି ଅବସରରେ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଏକ ମାମଲା ରୁଜ୍ଜୁ କରlଯାଇ ତଦନ୍ତ ଚାଲିଛି l

Leave A Reply

Your email address will not be published.