କାଠପଟା ବୋଝେଇ ପିକଅପ ଜବତ।

0

ବାରିପଦା(ଦିଲ୍ଲୀପ ମହାନ୍ତି )-  ଚୋରା କାଠପଟା ବୋଝେଇ ପିକଅପ ବନବିଭାଗ ଦ୍ଵାରା ଜବତ। ବିଶେଷ ସୂତ୍ରରୁ ଖବରପାଇ ବାଙ୍ଗରିପୋଷି ରେଞ୍ଜରଙ୍କ ନିର୍ଦ୍ଦେଶ କ୍ରମେ କୁଳିଅଣା  ବନ କର୍ମଚାରୀଙ୍କ ଏକ ଟିମ  କାଠ ବୋଝେଇ ପିକ ଅପ ଗାଡିକୁ  ଜାମଶୋଳା ନିକଟରେ ଜବଦ କରିଥିବା ଜଣାପଡ଼ିଛି। ଗାଡିଟି ପଶ୍ଚିମବଙ୍ଗରୁ ଓଡିଶା ଆସୁଥିବା ବେଳେ ବନବିଭାଗ ହାତରେ ଧରା ପଡିଥିବା  ଜଣାପଡ଼ିଛି । ପିକଅପରେ  ବିଭିନ ପ୍ରକାରର ମୂଲ୍ୟବାନ ୨୫୯ ଟି କାଠପଟା ଥିବା ବେଳେ ଏହାର ଆନୁମାନିକ ବଜାର ମୂଲ୍ୟ ୪୦୦୦୦ ଟଙ୍କା ଅଧିକ  ହେବ ବୋଲି  ବନବିଭାଗ ସୂତ୍ରରୁ ଜଣାପଡ଼ିଛି। ମାତ୍ର ଘଟଣାସ୍ଥଳରୁ ଗାଡି ଚାଳକ ଫେରାର ହୋଇ ଯାଇଥିବାର ଜଣାପଡ଼ିଛି।

Leave A Reply

Your email address will not be published.