ବୀର ସୁରେନ୍ଦ୍ର ସାଏ ଆଞ୍ଚଳିକ ସଂଘ ସାମୟିକ ଭାବେ ଭଙ୍ଗ : ଦି ମାସ ଭିତରେ ହେବ ଗଠିତ

0

 ରେଙ୍ଗାଲି,ସମ୍ବଲପୁର(ରମାକାନ୍ତ ବିଶ୍ବାଳ ) ରେଙ୍ଗାଲି ବ୍ଲକ ଆଦିତ୍ୟ ଆଲୁମିନିୟମ କମ୍ପାନୀରେ ଶ୍ରମିକ କଲ୍ୟାଣ, ସ୍ଥାନୀୟ ନିଯୁକ୍ତି, ଅଂଚଳର ପାରିପାର୍ଶିକ ଉର୍ନତି ନେଇ କାର୍ଯ୍ୟ କରୁଥିବା ବୀର ସୁରେନ୍ଦ୍ର ସାଏ ଆଞ୍ଚଳିକ ସଂଘକୁ ଆଜି ଭଙ୍ଗ କରିଦିଆଯାଇଛି l  ବୋମାଲୋଇ ଗ୍ରାମ ପଞ୍ଚାୟତ ରାଜୀବ ଭବନ ପରିସରରେ ଅନୁଷ୍ଠିତ ସଂଘର ବୈଠକରେ ସର୍ବସମ୍ମତି ଏହି ନିଷ୍ପତ୍ତି ହୋଇଛି l ତେବେ ଏହି  କମିଟିକୁ ସାମୟିକ ଭାବେ ଭଙ୍ଗ କରାଯାଇଥିବା ବେଳେ ଆଗାମୀ ୨ ମାସ ଭିତରେ ଏକ ପୂର୍ଣ୍ଣାଙ୍ଗ କମିଟି ଗଠନ କରାଯିବ ବୋଲି ଜଣାଯାଇଛି l 

ସଂଘର ଉପଦେଷ୍ଟା ମୁକୁନ୍ଦ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବୋମାଲୋଈ, ଲପଙ୍ଗା, ଘିଛାମୁରା, ଜଙ୍ଗଲl, କତରବଗା, ଏବଂ ନିଶାନଭଙ୍ଗl ପ୍ରଭୁତି ଛଅ ଗୋଟି ପଞ୍ଚାୟତର ଗ୍ରାମବାସୀ  ଯୋଗଦାନ କରିଥିଲେ l ଏହି ଅବସରରେ ସଂଘର ଉପଦେଷ୍ଟା କିରଣ ବେହେରା, ପ୍ରଫୁଲ୍ଲ ପାତ୍ର, ସୁଧୀର ଗୁପ୍ତା, ପ୍ରମୋଦ ପ୍ରଧାନ, ଚତୁର୍ଭୁଜ ଝାଙ୍କର, ଗୋପାଳ ପଣ୍ଡା, ସୁମନ୍ତ ପାଣିଗ୍ରାହୀ ଙ୍କ ସମେତ କାର୍ଯ୍ୟକାରୀ କମିଟିର ସତ୍ୟନାରାୟଣ ଅଗ୍ରୱାଲ, ଆଲୋକ କୁମାର ପ୍ରଧାନ, ମନୋଜ ଦାସ, ଜିତେନ୍ଦ୍ର ତ୍ରିପାଠୀ, ଦୀନେଶ ପ୍ରଧାନ, ଶେଷ ଦେବ ପ୍ରଧାନ, ସଞ୍ଜୟ କିସାନ, ଦୟାସାଗର ବେହେରା ପ୍ରମୁଖ ଉପସ୍ଥିତ ଥିଲେ l

Leave A Reply

Your email address will not be published.