ଖଣ୍ଡହତାରେ ମାଗଣା କମ୍ପ୍ୟୁଟରକୃତ ଚକ୍ଷୁ ପରୀକ୍ଷା ଶିବିର

0 1

“ସିୟା ” କେବଳ ମାନବ ସେବାରେ”

ବୀରମହାରାଜପୁର – (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁରଜିଲ୍ଲା ବୀରମହାରାଜପୁର ବ୍ଲକ ଖଣ୍ଡହତା ରବିନ୍ଦ୍ରନାଥ ଜୁନିୟର କଲେଜ ପରିସରରେ ସ୍ବେଚ୍ଛାସେବୀ ସଙ୍ଗଠନ” ସିୟା” ଓ ପଣ୍ଡାପାଲି    ମହାନଦୀ ନେତ୍ର ଚିକିତ୍ସାଳୟର ମିଲିତ ଅନୁକୂଲ୍ୟାରେ ଏକ ବିରାଟକାୟ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଆୟୋଜନ କରାଯାଇଥିଲା । ଏଥିରେ ସୁବର୍ଣ୍ଣପୁର ଜିଲ୍ଲା ପୂର୍ବ ଉଚ୍ଚ ଶିକ୍ଷା ପରାମର୍ଶଦାତା ଡ. ପ୍ରଫୁଲ୍ଲ କୁମାର ରଥ ମୁଖ୍ୟଅତିଥି ଭାବେ ଯୋଗଦେଇ ଶିବିରକୁ ଉଦଘାଟନ କରି ଥିଲେ । ଅନ୍ୟତମ ଅତିଥି ଭାବେ ରବିନ୍ଦ୍ରନାଥ ଜୁନିୟର କଲେଜ ସଭାପତି ଅକ୍ଷୟ ଶଙ୍ଖୁଆ, ପଣ୍ଡାପାଲି ମହାନଦୀ ନେତ୍ର ଚିକିତ୍ସାଳୟର ଟେକ୍ନିସିଆନ୍ ସତ୍ଯ ନାରାୟଣ ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଏହି ଶିବିରରେ ୧୧୧ ଜଣକୁ ମାଗଣାରେ ଚକ୍ଷୁ ପରୀକ୍ଷା କରାଯାଇଥିଲା। ସେଥିମଧ୍ୟରୁ ୪୨ ଜଣକୁ ଅପରେସନ ପାଇଁ ଚିହ୍ନଟ କରି ମହାନଦୀ ନେତ୍ର ଚିକିତ୍ସାଳୟ କୁ ପଠାଯାଇଥିଲା । ଏହି ଶିବିରରେ ମହାନଦୀ ନେତ୍ର ଚିକିତ୍ସାଳୟର କର୍ମଚାରୀ ସୌମ୍ୟରଞ୍ଜନ କଳତା, ଧର୍ମରାଜା ନାଏକ, ନିମାଇଁ ଚରଣ ଦଳବେହେରା, ସତ୍ଯନାରାୟଣ ସାହୁ, ଅମ୍ବରିଶ ଦଣ୍ଡସେନା ଓ ଗୌତମ କୁମ୍ଭାର ରହିଥିବା ବେଳେ “ସିୟା ” ସଂପାଦକ ସୁଦାମ ଗାଇଗରିଆ, ସଭାପତି ଆନନ୍ଦ ବିଶ୍ବାଲ, ଉପସଭାପତି ସୁଶାନ୍ତ ଭୋଇ, ସହ ସଂପାଦକ ପ୍ରହଲ୍ଲାଦ ମୁଖୀ, ବରିଷ୍ଠ ସଭ୍ୟ ଦିଲ୍ଲୀପ ପଧାନ,ସୌମିତ୍ରୀ ରଣା, ପ୍ରମୋଦ ପଣ୍ଡା, ଶରଣ ମେହର, ପିଣ୍ଟୁ ପଣ୍ଡା, କାଳିଆ ପାଣ୍ଡେ, ହିମାଂଶୁ ବାଦୀ, ଗୋବିନ୍ଦ ପଣ୍ଡା, ଖିରେନ୍ଦ୍ର ରଣା ଓ ସଂଗଠନ ର ସମସ୍ତ ସଦସ୍ଯ ଉପସ୍ଥିତ ରହି ଶିବିରକୁ ସହଯୋଗ କରିଥିଲେ ।

Leave A Reply

Your email address will not be published.