ବିପଦରେ ଅଛି ଆମ ଜୀବନ, ଓଡିଶା ସରକାର  ସୁରକ୍ଷା ନଦେଲେ ବିଷ ପିଇଦେବୁ

0 1

http://www.youtube.com/watch?v=gTh0Ffs7eW8

ଝାରସୁଗୁଡା ଜିଲ୍ଲାପାଳଙ୍କ ଅଫିସ ଆଗରେ ସୁରକ୍ଷା ମାଗିଲେ ଅନୁପ ସାଏଙ୍କ ପରିବାର ଲୋକେ 

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ :  ଧାରଣାରେ ବସିଲେ ଅନୁପ ସାଏଙ୍କ ପୂରା ପରିବାର । ଝାରସୁଗୁଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଲେ ଅନୁପ ସାଏଙ୍କ ପରିବାର । ତାଙ୍କର ବଡ ଭାଇ, ମାଆ, ସ୍ତ୍ରୀ, ପୁଅ ଓ ପୁତୁରା ଧାରଣାରେ ବସିଛନ୍ତି । ସେମାନଙ୍କୁ ଅନୁପଙ୍କ ସହ ଭେଟିବାକୁ ସୁଯୋଗ ଦିଆଯାଉନଥିବା ଅଭିଯୋଗ କରିଛନ୍ତି ।

ଏପରିକି ଛତିଶଗଡ ପୋଲିସ ତାଙ୍କ ପରିବାରକୁ ଉଠାଇ ନେବାକୁ ଧମକ ମଧ୍ୟ ଦେଉଥିବା ଅଭିଯୋଗ କରି ଜିଲ୍ଲା ପ୍ରଶାସନ ନିକଟରେ ଗୁହାରି କରିଛନ୍ତି ପରିବାର ଲୋକେ । ଡବଲ ମର୍ଡର ଘଟଣାରେ ଅନୁପଙ୍କୁ ଗିରଫ କରିବା ପରେ ତାଙ୍କୁ କଡା ନଜରରେ ରଖିଛି ରାୟଗଡ ପୋଲିସ । ଆଉ ମାମଲାରେ କୌଣସି ବଡ ଖୁଲାସା ନହେବା ଯାଏଁ କାହାରିକୁ ଅନୁପଙ୍କ ସହ ମିଶାଇ ଦେଉନି ପୋଲିସ ।

ତେବେ ଛତିଶଗଡ଼ ପୁଲିସ ଦ୍ୱାରା ଧମକ୍ ଓ ବାରମ୍ବାର ଚିଠି ମିଳିବା ପରେ ଅନୁପ ସାଏଙ୍କ ପରିବାର ଧାରଣା ଦେଇଛନ୍ତି। ପୂରା ପରିବାରର ଲୋକେ ଜିଲ୍ଲାପାଳଙ୍କୁ ଫେରାଦ ହେବେ। ସେଥିପାଇଁ ଅନୁପଙ୍କ ସ୍ତ୍ରୀ, ପୁଅ ଓ ଝିଅଙ୍କ ଭାଇ ଓ ଭାଉଜ ମଧ୍ୟ ପହଞ୍ଚିଛନ୍ତି। ପରିବାର ଲୋକେ କହିଛନ୍ତି, ରାୟଗଡ଼ ପୁଲିସ ସେମାନଙ୍କୁ ଧମକ ଦେଉଛି। ରାତିଅଧରେ ଉଠାଇନେବାକୁ କହୁଛି ବୋଲି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।

ଅନୁପଙ୍କ ପରିବାର ଲୋକେ ଗତ କାଲି  ରାତି ୭ଟାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦେବା ଆରମ୍ଭ କରିଛନ୍ତି। ଅନୁପଙ୍କ ବଡ଼ ଭାଇ ପ୍ରମୋଦ ସାଏ କହିଛନ୍ତି, ଯଦି ସୁରକ୍ଷା ନମିଳେ, ଆମେ ସମସ୍ତେ ବିଷ ପିଇ ଆତ୍ମହତ୍ୟା କରିବୁ। ରାୟଗଡ଼ ପୁଲିସ ଯୋଗୁଁ ମାନ ସମ୍ମାନ ଯାଇଛି। ପୁଲିସ ଆମ ଉପରେ ଜୁଲୁମ କରିବା ସହ ମାନସିକ ନିର୍ଯାତନା ଦେଉଛି। ପୁଲିସ ଘଟଣାର ତଦନ୍ତ କରୁ, ସେଥିରେ ଆମ କହିବାର କିଛି ନାହିଁ। ଆମେ ପୁଲିସର ତଦନ୍ତରେ ହସ୍ତକ୍ଷେପ କରିବୁ ନାହିଁ। ପୁଲିସ ଆମ ପରିବାରକୁ ବାରମ୍ବାର ନୋଟିସ୍ ପଠାଇ ହଇରାଣ କରୁଛି। ଏଥିପାଇଁ ଷଡ଼ଯନ୍ତ୍ର ଚାଲିଛି।

ପ୍ରମୋଦ ସାଏ କହିଛନ୍ତି, ୨୦୧୬ର ମାମଲା ଏଯାଏଁ କେଉଁଠି ଥିଲା। ଆମକୁ ନ୍ୟାୟ ନମିଳିବା ଯାଏଁ ଏଠାରେ ବସି ରହିବୁ। ଏଠାରୁ ଗଲେ ଆମକୁ ମାରିଦେବେ। ଅନୁପଙ୍କ ସ୍ତ୍ରୀ ସୁଷମା କହିଛନ୍ତି, ଘଟଣାରେ ଆମକୁ ଫସାଇ ଦିଆଯାଇଛି। ମୋ ପୁଅକୁ ପୁଲିସ ଉଠାଇ ନେବାକୁ ଧମକ ଦେଉଛି। ସୁରକ୍ଷା ଯୋଗାଇ ଦେବାକୁ ଆମେ ଜିଲ୍ଲାପାଳଙ୍କୁ ଭେଟିବାକୁ ଆସିଛୁ ବୋଲି ସେ କହିଛନ୍ତି।

Leave A Reply

Your email address will not be published.