ଜିଲ୍ଲାପାଳ ବୁଲି ଦେଖିଲେ  ଡ୍ରେନେଜ ଆଉ ପରିମଳ ବ୍ୟବସ୍ଥା 

0 1

ସଫେଇ ସୁନିଶ୍ଚିତ କରିବା ସହିତ ଡ୍ରେନର ମରାମତି କରିବାକୁ ନିର୍ଦ୍ଦେଶ 

ପଦ୍ମପୁର,(ଶାସକ ପ୍ରଶାସକ ): ବରଗଡ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ ଆଜି ସକାଳେ ପଦ୍ମପୁର ବିଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ବିଭିନ୍ନ ୱାର୍ଡର ପରିମଳ ବ୍ୟବସ୍ଥା ତଦାରଖ କରି ପ୍ରତି ୱାର୍ଡରେ ସଫେଇ କାର୍ଯ୍ୟକ୍ରମକୁ ସୁନିଶ୍ଚିତ କରିବା ସହିତ ଡ୍ରେନର ମରାମତି କରିବା ପାଇଁ ନିବାହୀ ଅଧିକାରୀ ବିଞାପିତ ଅଞ୍ଚଳ ପରିଷଦକୁ ନିଦ୍ଦେର୍ଶ ଦେଇଛନ୍ତି । ଏହା ସହିତ ପଦ୍ମପୁର ସହରାଞ୍ଚଳ ଭେଉଁରିଆ ଛକ ଠାରେ ନିର୍ମାଣଧିନ ପବ୍ଲିକ ଟଏଲେଟ, ରାମଜୀ ଟାଉନ ହଲ ଠାରେ ନିର୍ମାଣାଧୀନ କଲ୍ୟାଣ  ମଣ୍ଡପ ତଦାରଖ କରି ଯଥା ଶୀଘ୍ର ଏହାର ସଂପୂର୍ଣ୍ଣ କରଣ କରିବା ପାଇଁ ବିଞାପିତ ଅଞ୍ଚଳ ପରିଷଦ କର୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ମେହେର ପଡା ଠାରେ ନିର୍ମତ ମାଇକ୍ରୋ କମ୍ପୋଷ୍ଟ ସିଷ୍ଟମକୁ ଜିଳ୍ଲାପାଳ ପରିଦର୍ଶନ କରିଛନ୍ତି । ଜିଲ୍ଲାପାଳଙ୍କ ଏହି ଗସ୍ତ କାର୍ଯ୍ୟକ୍ରମରେ ନିର୍ବାହୀ ଅଧିକାରୀ ଜୟନ୍ତ କୁମାର ସାହୁ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ପାଣିଗ୍ରାହୀ,ବ୍କକ ସାମାଜିକ ସୁରକ୍ଷା ଅଧିକାରୀ ରଜନୀ କାନ୍ତ ବହିଦାର, ଜେଇ ରଣ ସାଏ ତଥା ଅନ୍ୟାନ୍ୟ  କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଏହା ପରେ ଜିଲାପାଳ ଜମଲା ଠାରେ ଶକ୍ତି ରୁପା ମହିଳା ସ୍ବୟ ସହାୟକ ଗୋଷ୍ଠୀ ଦ୍ଵାରା ପରିଚାଳିତ ଛତୁଆ ପ୍ରସ୍ତୁତି କରଣ କେନ୍ଦ୍ର ପରି ଦର୍ଶନ କରିଥିଲେ ।

 

Leave A Reply

Your email address will not be published.