ପଦ୍ମପୁର(ଶାସକ ପ୍ରଶାସକ) :ଗତ ୧୮ ତାରିଖରେ ପ୍ରାଣ ତ୍ଯାଗ କରିଥିବା ପଦ୍ମପୁର ବିଶିଷ୍ଟ ନୃତ୍ୟ ଓ ସଙ୍ଗୀତ ଗୁରୁ ସ୍ବର୍ଗତ ଯୁଗଳ କିଶୋର ମହାନ୍ତିଙ୍କ ଉଦ୍ଦେଶ୍ୟରେ, ରବିବାର ପୂର୍ବାହ୍ନ ୧୦ଘରେ ସ୍ଥାନୀୟ ରି – କ୍ରିଏସନ୍ ସେଣ୍ଟର ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଡଃ ମାନ ଭଞୀନ ପ୍ରଧାନ ଅଧ୍ୟକ୍ଷତାରେ କରିଥିବା ବେଳେ ନାଟ୍ୟକାର ଅଶୋକ ବହିଦାର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ତାଙ୍କର ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ସ୍ବର୍ଗତ ମହାନ୍ତିଙ୍କର ସ୍ମୃତି ଉଦ୍ଦେଶ୍ୟରେ ଏକ ” ସ୍ମୃତି ଲିପି ” ଏକାଦଶାହ ତିଥିରେ ପ୍ରକାଶିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ସଭାପରେ ଅବସର ପ୍ରାପ୍ତ ବିଚାରପତି ରାମଚନ୍ଦ୍ର ତ୍ରିପାଠୀ, ପ୍ରଫେସର କେଶ ରଞ୍ଜନ ପ୍ରଧାନ, ଡଃ ପ୍ରମୋଦ କୁମାରପାଢ଼ୀ, ବିଦେଶୀ ସାହୁ, ପ୍ରମୋଦ ଚନ୍ଦ୍ର ନାଥ, ସୌମାର୍କ୍ଯ ପଟ୍ଟନାୟକ, ରାଜେନ୍ଦ୍ର ମହାନ୍ତି, ଶେଷଦେବ ମେହେର, ଅଶୋକ ମିଶ୍ର,ସୁନୀଲ ଅଗ୍ରୱାଲ, ଗୋପବନ୍ଧୁ ଶିକା, ବସନ୍ତ ସାହୁ, ଗଜେନ୍ଦ୍ର ବିଶି ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ରମେଶ ଗୁର୍ଲା ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.