ସଡକ ଦୁର୍ଘଟଣାରେ ସ୍ଵାମୀ ମୃତ ସ୍ତ୍ରୀ ଗୁରୁତର

0 2

ଜୁନାଗଡ/ ଆଦିତ୍ୟ ମହାନ୍ତି :  କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହର ରେ ରେ  ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଯାଇ ଛି ଘଟଣା ସ୍ତଳ ରେ ସ୍ଵାମୀ ମୃତ୍ୟୁ ବରଣ କରିଥିବା ବେଳେ ସ୍ତ୍ରୀ ଗୁରୁତର ହୋଇ ଡାକ୍ତର୍ ଖାନା ରେ ଚିକିତ୍ସିତ ହୋଇଛନ୍ତି ।

ସୂଚନା ଅନୁଯାଇ ଜୁନାଗଡ  ସହର ର  ବଡପଡା  ନିବାସୀ ଉଆଁସୁ କନ୍ଦପାନ  ଓ ତାଙ୍କ ପତ୍ନୀ ଗୀତା କନ୍ଦପାନ ଜୁନାଗଡ ସହର ସ୍ଥିତ ହନୁମାନ ମନ୍ଦିରରୁ ଭୋଗ ଖାଇ ଜାତୀୟ ରାଜପଥ  ରେ ଚାଲି ଚାଲି ନିଜ ଘର  ଅଭିମୁଖେ  ଆସୁଥିବା ବେଳେ ସେହି ସମୟରେ ପଛ ପଟୁ ଆସୁଥିବା ଏକ ମାରୁତି କାର ଜୁନାଗଡ ଥାନା ନିକଟରେ ସ୍ୱାମୀ ସ୍ତ୍ରୀ ଙ୍କୁ ଧକ୍କା ଦେଇଥିଲା ଫଳରେ ଘଟଣା ସ୍ଥଳସ୍ଥଳରେ ହିଁ ଉଆଁସୁଙ୍କ ମୃତ୍ଯୁ ହୋଇଥିଲା । ଅନ୍ୟ ପଟେ ତାଙ୍କ ପତ୍ନୀ ଗୀତା ଗୁରୁତର ଆହତ ହୋଇ ଥିଲେ. ଘଟଣା ସ୍ଥଳରେ ତୁରନ୍ତ ଜୁନାଗଡ ପୋଲିସ ପହଞ୍ଚି ଶବ ଜବତ କରିବା ସହ ଗୁରୁତର ଆହତ ଗୀତା ଙ୍କୁ ଭବାନୀପାଟଣା  ମୁଖ୍ୟ ଚିକିତ୍ସାଳୟ  ପଠାଇଥିଲେ । ସୁଚନା ଅନୁଯାୟୀ ଦୁର୍ଘଟଣା ଘଟାଇ ଥିବା ଗାଡିମାଲିକ ଜଣକ ଅବସରପ୍ରାପ୍ତ ସୈନିକ ବୋଲି ଜଣାପଡିଛି । ଜୁନାଗଡ ଥାନା ଅଧିକାରୀ ଉତ୍ତମ କୁମାର ସାହୁ ଗାଡିକୁ ଜବତ କରିଥିବା ବେଳେ ଗାଡି ଚାଳକଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛନ୍ତି ।ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇ ଥିବା ବେଳେ ଏଭଳି ଏକ ଆକସ୍ମିକ ଦୁର୍ଘଟଣାରେ ପରିବାର ର ସମସ୍ତେ ଭାଙ୍ଗି ପଡିଛନ୍ତି ।

Leave A Reply

Your email address will not be published.