କେଡେ ନିର୍ମମ ଏ କର୍ମଚାରୀ : ଗର୍ଭବତୀ ମହିଳାଙ୍କୁ ବି ଛାଡିଲନି

0 2

ବାରିପଦା(ଦିଲ୍ଲୀପ ମହାନ୍ତି)- ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଦୁଧିଆଣିରେଞ୍ଜ ତାଟ  ବାର୍ହାପାଣପୋଷି ଗ୍ରାମରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା । ସାମନ୍ୟ କାଠ ଚୋରୀ ଅଭିଯୋଗକୁ କେନ୍ଦ୍ରକରି ବନ ବିଭାଗ କର୍ମଚାରୀ କବିତା ବେହେରା ନାମକ ଜୈନେକ  ଫୋରେଷ୍ଟଗାର୍ଡ ନିଜର ମାନବିକତା ଭୂଲି  ୬୫ ବର୍ଷର ବୃଦ୍ଧା ଏବଂ ତାଙ୍କ ଗର୍ଭବତୀ ନାତୁଣୀଙ୍କୁ ନିସ୍ତୁକ ମାଡ଼ ମାରି ଲହୁ ଲୁହାଣ କରିବା ସହିତ ମହିଳାଙ୍କ ହାତ ଭାଙ୍ଗିଦେଇଥିବାର ଅଭିଯୋଗ ହେଉଛି । ଏପରି ଘଟଣା ଫେବୃଆରୀ ୨0 ବିଳମ୍ବିତ ରାତିରେ ଘଟିଥିବା ବେଳେ ଉଭୟ ଆହତଙ୍କୁ ପ୍ରଥମେ ତାଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଲୟକୁ ସ୍ଥାନାନ୍ତରିତ  କରାଇଛନ୍ତି ଚିକିତ୍ସା କରୁଥିବା ଡାକ୍ତର  । ତେବେ କେଵଳ ମହିଳାଙ୍କୁ ଅମାନୁସିକ ଭାବରେ ପିଟି ହାତ ଭାଙ୍ଗିବା ନୁହଁ, ଗର୍ଭବତୀ ମହିଳାଙ୍କ ପେଟରେ ମାଡ଼  କାରଣରୁ ଗର୍ଭରେ ବଢୁଥିବା ପିଲା ପ୍ରତି ବିପଦ ସୃଷ୍ଟି କରିଛି ।

ବନ କର୍ମଚାରୀ ଜଣେ ମହିଳା ହୋଇଥିବା ବେଳେ କିପରି ଏତେ ନିଷ୍ଠୁର ଭାବେ ମାରିଲେ ତାହା ସମସ୍ତଙ୍କୁ ଚକିତ କରାଇ ଦେଇଥିବା ବେଳେ ଅତୀତରେ ତାଙ୍କ ବିରୁଦ୍ଧରେ  ଅନେକ ସଙ୍ଗୀନ ଅଭିଯୋଗ  ଆସିଥିଲା । ସମସ୍ତ ଅଭିଯୋଗକୁ ବିଭାଗୀୟ ଅଧିକାରୀ  ଏହି ଦବଙ୍ଗ କର୍ମଚାରୀଙ୍କ ବିରୋଧରେ  କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା କାରଣରୁ ଏପରି ଘଟଣା ବାରମ୍ବାର ଘଟୁଥିବା ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ମିଳିଛି ।ତେବେ ସାମନ୍ୟ  କାଠ ଚୋରି କରିଥିବା ସନ୍ଦେହରେ ଜଣେ ଗର୍ଭବତୀ ମହିଳା ଏବଂ ବୃଦ୍ଧାଙ୍କୁ ଘରେ ପଶି ଏପରି  ନିର୍ଧୁମ ପିଟିବା ପଛରେ କାରଣ କଣ । ପୁଣି   ଗର୍ଭବତୀ ମହିଳାଙ୍କୁ ରେଞ୍ଜ ଅଫିସ ଆଣି ପାଖାପାଖି ୨୦ ଥର ଉଠବସ ମଧ୍ୟ କରାଇଥିଲେ ବୋଲି ପିଡିତା କହିଛନ୍ତି  । ଏହି ଘଟଣା ଜଣାପଡିବା ପରେ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା । ଏହାକୁ ନେଇ   ପରିବାର ସଦସ୍ୟଙ୍କ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇ ଥିବା ବେଳେ  ଉକ୍ତ ଫୋରେଷ୍ଟ ଗାର୍ଡକୁ କାର୍ଯ୍ୟରୁ ନିଲମ୍ବନ ଏବଂ ପିଡ଼ିତାଙ୍କୁ କ୍ଷତି ଦାବିରେ  ଗ୍ରାମବାସୀମାନେ ତାଟୋ ଫୋରେଷ୍ଟ  ଗେଟ ନିକଟରେ ୨୨୦ ନମ୍ବର ରାଜପଥ  ଅବରୋଧ କରିଥିଲେ | 

Leave A Reply

Your email address will not be published.