ମିଳୁନି ଟୋକନ : ଚାଷୀ ହନ୍ତସନ୍ତ ପଡିରହିଛି ଧାନ

0 2

ବରଗଡ / ଶାସକ ପ୍ରଶାସକ : ଟୋକନ ନ ପାଇ ଧାନ ବିକ୍ରୟ କରି ପାରି ନାହାନ୍ତି ଚାଷୀ ହନ୍ତସନ୍ତ ହେଉଛନ୍ତି । ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ସେବା ସମବାୟ ସମିତି ଅଧିନସ୍ଥ ରେ ଥିବା ଚାଷୀ ମାନେ ଟୋକନ ନ ପାଇ ଧାନ ବିକ୍ରୟ କରି ପାରି ନାହାନ୍ତି । ଏ ସଂପର୍କରେ ପାଇକମାଲ ଚାଷୀ ମାନେ ପଦ୍ମପୁର ଉପ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ  ୨୦୧୯ ଖରିଫ ଋତୁରେ ଧାନ ବିକ୍ରୟ କରିବା ପାଇଁ ସରକାର ଙ୍କର ଏକ ଟୋକନ ବ୍ଯବସ୍ଥା ଥିଲେ ମଧ୍ଯ ପାଇକମାଲ ସେବା ସମବାୟ ସମିତିର ଚାଷୀ ମାନେ ଟୋକନ ପାଇଁ ୧୨୯ ଜଣ ଚାଷୀ ଆବେଦନ କରିଥିଲେ ସୁଦ୍ଧା ଟୋକନ ପାଇବାରୁ ବଞ୍ଚିତ ହୋଇଛନ୍ତି ।  ଏଣୁ ଆୟ କରୁଥିବା ଧାନକୁ ସରକାରଙ୍କ ଠାରେ ତଥା ମଣ୍ତିରେ ଧାନ ବିକ୍ରୟ କରି ପାରି ନାହାନ୍ତି । ଫଳରେ ଗୃହ ଖର୍ଚ୍ଚ, ପଲା ମାନଙ୍କ ପାଠ ପଢାଇବାରେ ଖର୍ଚ୍ଚ, ସ୍ବାସ୍ଥ୍ୟସେବା ଖର୍ଚ୍ଚ, ବିହାହ ଆଦି ଖର୍ଚ୍ଚ  ତୁଲାଇବା ପାଇଁ ନାହିଁ ନ ଥିବା ଅସୁବିଧା ସମ୍ମୁଖୀନ ହେବାକୁ ପଡ଼ୁଛି । ତେଣୁ କରି ଏଥି ପ୍ରତି ଦୃଷ୍ଟି ଦେଇ ପ୍ରଶାସନ ଧାନ ବିକ୍ରୟ କରିବା କୌଣସି ବ୍ଯବସ୍ଥା କରାଇ ଦେଲେ ୧୨୯ ଜଣ ଚାଷୀ ଉପକୃତ ହୁଅନ୍ତେ ବୋଲି ଚାଷୀ ମାନଙ୍କ ମଧ୍ଯରୁ ସାଧୁରାମ ସୁନା, ଯୁଧିଷ୍ଠିର ସାହୁ, ବଳରାମ ସାହୁ,ରାମଜୀ ସାହୁ, ସୁବଳ ସୁନା, ରାହାସ ବିହାରୀ ସାହୁ,  ଉଗ୍ରେସନ ମାହାର, ନନ୍ଦ କୁମାର ସାହୁ, ଲିଙ୍ଗରାଜ ବାଗ ପ୍ରମୁଖ ଅଭିଯୋଗ କରିଛନ୍ତି । ଏହାର ଆସୁ ବ୍ଯବସ୍ଥା କରା ନଗଲେ ଚାଷୀ ମାନେ ନିଜର ଧାନକୁ ରାଜରାସ୍ତାରେ ପକାଇ  ଆନ୍ଦୋଳନ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.