ବରଗଡ(ଶାସକ ପ୍ରଶାସକ) ବରଗଡ ଜିଲ୍ଲା ଚାଷୀ ସଂଗଠନ ପ୍ରତିନିଧି ଦଳ ଭୁବନେଶ୍ଵର ଠାରେ ବିଭିନ୍ନ ଚାଷୀ ସମସ୍ୟାକୁ ନେଇ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ । ଧାନ କିଣା ସମସ୍ୟା ନେଇ ଅନେକ ଚାଷୀଙ୍କ ଟୋକନ ଉଡି ଯାଇଥିବା ବିଷୟରେ ସିଏସଓ ନେତ୍ରାନନ୍ଦ ପଣ୍ଡାଙ୍କ ସହିତ ଆଲୋଚନା କରାଯାଇଥିଲା । ଗଭୀର ନଳକୂପ ଖନନ ପାଇଁ ଉଠାଜଳ ସେଚନ ନିଗମ ପରିଚାଳନା ନିର୍ଦ୍ଦେଶକଙ୍କ କାର୍ଯ୍ଯାଳୟରେ ଷଡଙ୍ଗୀ ବାବୁଙ୍କ ସହିତ ଆଲୋଚନା ହୋଇଥିଲା । ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି ଶୀଘ୍ର ଖନନ ଆରମ୍ଭ ହେବା ଓରିଏଣ୍ଟାଲ ବୀମା କମ୍ପାନୀ ସହିତ ଏସିଏଫର ଟଙ୍କା ପ୍ରଦାନ ବିଷୟରେ ଆଲୋଚନା ହୋଇ ଆସନ୍ତା ମାର୍ଚ୍ଚ ପ୍ରଥମ ସପ୍ତାହ ସୁଦ୍ଧା ଚାଷୀଙ୍କୁ ପ୍ରାପ୍ୟ ପ୍ରଦାନ ପାଇଁ ସିଆରଏହ କୁଳମଣି ସାମଲ ପ୍ରତିଶୃତି ଦେଇଛନ୍ତି । ଏନଆଇସି ବୀମା କମ୍ପାନୀ କୁ ମଧ୍ୟ ବକେୟା ପ୍ରାପ୍ଯ ତୁରନ୍ତ ପ୍ରଦାନ ପାଇଁ ଦାବି କରାଯାଇଛି । ସାଂସଦ ଅମର ପଟ୍ଟନାୟକ ପାର୍ଲିଆମେଣ୍ଟ ରେ ଏସିଏଫ ବିଷୟ ଉଠାଇ ଚାଷୀଙ୍କ ପ୍ରାପ୍ୟ ପ୍ରଦାନ ପାଇଁ ସହାୟକ ହୋଇଥିବା ରୁ ତାଙ୍କୁ ସାକ୍ଷାତ କରି କୃତଜ୍ଞତା ଜ୍ଞାପନ କରା ଯାଇଥିଲା । ସଂଗଠନ ସମ୍ପାଦକ କିଶୋର ଚନ୍ଦ୍ର ଦେବତାଙ୍କ ସହିତ ଜୟନ୍ତ କୁମାର ପାଣିଗ୍ରାହୀ, ସୁରେଶ ଚାନ୍ଦ, ସୁଦାମ ଦାସ, ସୌକିଲାଲ ମେହେର,ଲବଣୀ ନାଗ, ନନ୍ଦଲାଲ ମହାପାତ୍ର, ତହସିଲ ଦାଶ, ରବୀନ୍ଦ୍ର ବିଶି ପ୍ରମୁଖ ଏହି ଆଲୋଚନାରେ ସାମିଲ ହୋଇଥିଲେ ।
Sign in
Sign in
Recover your password.
A password will be e-mailed to you.