ବାପ ପୁଅ ରାତି ଅନିଦ୍ରା ମୁଗୁରା ପଛ ମେଲା : ମତେ ଯେତେ ମାଠିବୁ ମାଠ ସେଇ ଦରପୋଡା କାଠ 

0 2

http://www.youtube.com/watch?v=R3odwCaULdY

ଇଂରାଜୀ ପ୍ରଶ୍ନ  ପ୍ୟାକେଟ ଭିତରୁ  ମିଳିଲା ସାହିତ୍ୟ ପ୍ରଶ୍ନ  

 ମ୍ୟାଟ୍ରିକ ପରୀକ୍ଷା ଦେବାରୁ ବଞ୍ଚିତ ହେଲେ ୨୫ ପରୀକ୍ଷାର୍ଥୀ

ବାରିପଦା(ଦିଲ୍ଲୀପ ମହାନ୍ତି )- ଓଡ଼ିଶା ମାଧ୍ୟମିକ ଶିକ୍ଷାପରିଷଦ ଆନୁକୂଲ୍ୟରେ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା -୨୦୨୦ ଫେବୃଆରୀ ୧୯ରୁ ଆରମ୍ଭ ହୋଇଛି । ଉକ୍ତ ପରୀକ୍ଷା ସହ ସଂସ୍କୃତ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା  ମଧ୍ୟ ହେଉଅଛି । ପରୀକ୍ଷାର ଆଜି ପ୍ରଥମ ଦିନ ରହିଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକର ଦ୍ଵାରିକାନାଥ ନୂତନ ସରକାରୀ ହାଇ ସ୍କୁଲରେ ହୋଇଥିବା ମୁକ୍ତ ବିଦ୍ୟାଳୟ  ପରୀକ୍ଷା କେନ୍ଦ୍ରରେ  ୨୩୮ ବିଦ୍ୟାର୍ଥୀଙ୍କ ମଧ୍ୟରୁ ୨୫ ଜଣ ପାରୀକ୍ଷାର୍ଥୀ   ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି ।  

ବେତନଟୀ ବ୍ଲକରେ ପରୀକ୍ଷାର୍ଥୀଙ୍କ ଆଡ଼ମିଟ କାର୍ଡ଼ରେ ଚଳଚିତ୍ର ହିରୋଇନଙ୍କ ଫଟୋ ପରେ ପୁଣି ସାମ୍ନାକୁ ଆସିଲା  ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନର ପରିଚାଳନା ଗତ ବିଭ୍ରାଟ ।  ପଦାରେ ପଡିଲା ଦାୟିତ୍ୱ ହୀନତା । ପ୍ରଶ୍ନପତ୍ର ଅଭାବରୁ ପରୀକ୍ଷା ଦେବାରୁ ବଞ୍ଚିତ ହେଲେ ୨୫ ପରୀକ୍ଷାର୍ଥୀ ।  ଆଜି ଇଂରାଜୀ ପରୀକ୍ଷା ଥିବା ବେଳେ ପ୍ୟାକେଟ ମଧ୍ୟରୁ ବାହାରିଛି ମୋଟ ୨୫ଟି ସାହିତ୍ୟ ପ୍ରଶ୍ନ । ଫଳରେ ସେଣ୍ଟର ସୁପାରିଟେଣ୍ଡେଣ୍ଟ ବିକଳ୍ପ ବ୍ୟବସ୍ଥା 

ଗ୍ରହଣ କରିବା ପରିବର୍ତ୍ତେ ୨୫ ଜଣ ପରୀକ୍ଷାର୍ଥୀମାନଙ୍କୁ ପରୀକ୍ଷା ଦେବାରୁ ବଞ୍ଚିତ କରାଇବା ସହ ସେମାନଙ୍କୁ ପରୀକ୍ଷା ଶେଷ ହେବା ପର୍ଯ୍ୟନ୍ତ ଅଟକାଇ ରଖିଥିବାର ଅଭିଯୋଗ ହୋଇଛି । ଏହା ଦୂର ଦୁରାନ୍ତରୁ ପରୀକ୍ଷା ଦେବାକୁ ଆସିଥିବା ପରୀକ୍ଷାର୍ଥୀମାନଙ୍କ ପ୍ରତି ଶାରିରୀକ ଓ ମାନସିକ ନିର୍ଯ୍ୟାତନା ସଦୃଶ୍ୟ ବୋଲି କୁହାଯାଇଛି । ଏବିଷୟରେ ପରୀକ୍ଷା କେନ୍ଦ୍ର ସୁପାରିଟେଣ୍ଡେଣ୍ଟ  ତଥା ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମୁରଲୀଧର ବାରିକ ଗଣମାଧ୍ୟମକୁ ଦେଇଥିବା ସୁଚନା ଆଧାରରେ   ଆଜି  ଅପରାହ୍ନ ୧.୩୦ ରେ  ପରୀକ୍ଷା କେନ୍ଦ୍ରରେ ଉପରେ ଇଂରାଜୀ ବିଷୟ ଲେଖାଥିବା ପ୍ରଶ୍ନପତ୍ର ଲଫାପା  ଖୋଲା ଯିବା ସମୟରେ ଗୋଟାଏ ଲଫାପା ମଧ୍ୟରେ ଥିବା ସମସ୍ତ ୨୪ଟି ଏବଂ ଅନ୍ୟ ଏକ ଲଫାପାରେ ୨୪ ମଧ୍ୟରୁ ଗୋଟାଏ ଏହିପରି ମୋଟ ୨୫  ପ୍ରଶ୍ନପତ୍ର ଇଂରାଜୀ ବଦଳରେ ଓଡ଼ିଆ ବିଷୟ ବାହାରିଥିଲା । ଏବିଷୟରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଫୋନ କରିଥିଲେ ମଧ୍ୟ ସେ ଫୋନ ଉଠାଇ ନ ଥିଲେ । ଏହାପରେ କାର୍ଯ୍ୟାଳୟର ଜଗନ୍ନାଥ ସାହୁଙ୍କ ସହ କଥା ହେବାରୁ ପ୍ରଶ୍ନପତ୍ରକୁ ଜେରକ୍ସ୍ କରି ପରୀକ୍ଷା କରାଇବାକୁ ପରାମର୍ଶ ଦେଇଥିଲେ । ମାତ୍ର ଏହା ଠିକ ବୋଲି ଗ୍ରହଣ କରିପାରିନଥିଲି  । ଫଳରେ ପ୍ରଶ୍ନ ପତ୍ର ଅଭାବରୁ ୨୫ ପରୀକ୍ଷାର୍ଥୀ ପରୀକ୍ଷା ଦେବାରୁ ବଞ୍ଚିତ ହୋଇ ଥିଲେ ବୋଲି କହିଥିଲେ ସୁପାରିଟେଣ୍ଡେଣ୍ଟ ଜଗନ୍ନାଥ ସାହୁ । 

ତେବେ ପରୀକ୍ଷାର୍ଥୀମାନଙ୍କ ଭବିଷ୍ୟତ ସହ ଖେଳ ଖେଳିବା ନା ଶିକ୍ଷା ବିଭାଗର ରହିଛି ଅଥବା ସେଣ୍ଟାର ସୁପାରିଟେଣ୍ଡେଣ୍ଟଙ୍କ ଅଛି । ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ପରୀକ୍ଷା ପରିଚାଳନାକୁ ନେଇ କୈ।ଣସି ପ୍ରକାର ବ୍ୟତିକ୍ରମ ସାମ୍ନାକୁ ଆସିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା କହି ଆସୁଥିବା ବେଳେ ଆଜି ଦେଖାଦେଇଥିବା ଗୁରୁତର ତୃଟିକୁ ନେଇ କି ପ୍ରକାର ପଦକ୍ଷେପ ନେବେ ଏବଂ ପରୀକ୍ଷାରୁ ବଞ୍ଚିତ ହୋଇଥିବା ୨୫ ପରୀକ୍ଷାର୍ଥୀମାନଙ୍କୁ କେଉଁ ପ୍ରକାରର ନ୍ୟାୟ ଦେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.