ରଣେଶ୍ୱର ରାମଚଣ୍ଡୀ ଚେମ୍ବର ଅଫ କମର୍ସ ଗଠିତ 

0

ସମ୍ବଲପୁର/ରମାକାନ୍ତ ବିଶ୍ୱାଳ – ସମ୍ବଲପୁର ସହରରେ ରଣେଶ୍ୱର ରାମଚଣ୍ଡୀ ଚେମ୍ବର ଅଫ କମର୍ସ ନାମକ ଏକ ବ୍ୟବସାୟୀ ଅନୁଷ୍ଠାନ ଆଜି ଗଠିତ ହୋଇଛି l କୁଲତା ଜାତିର ବ୍ୟବସାୟୀ ମାନଙ୍କୁ ନେଇ ଗଠିତ ଏହି ଅନୁଷ୍ଠାନର ସଭାପତି ଭାବେ ବିଶିଷ୍ଟ ସମାଜସେବୀ ତଥା ବ୍ୟବସାୟୀ ପ୍ରଫୁଲ୍ଲ ପ୍ରଧାନ ମନୋନୀତ ହୋଛନ୍ତି l ବ୍ୟବସାୟୀ ଚିନ୍ମୟ ଭୋଇ ସାଧାରଣ ସମ୍ପାଦକ, ଯୁବ ବ୍ୟବସାୟୀ ରଞ୍ଜନ ପାତ୍ର ସାଙ୍ଗଠନିକ ସମ୍ପାଦକ ଏବଂ ବ୍ୟବସାୟୀ ଗୋପାଳ ପ୍ରଧାନ କୋଷାଧକ୍ଷ ଭାବେ ମନୋନୀତ ହୋଇଛନ୍ତି l ଏହି ଅନୁଷ୍ଠାନ କୁଲତା ଜାତିର  ବ୍ୟବସାୟୀ ମାନଙ୍କୁ ଏକତ୍ରିତ କରି କାର୍ଯ୍ୟ କରିବ ବୋଲି  ନବ ମନୋନୀତ ସଭାପତି ପ୍ରଫୁଲ୍ଲ ପ୍ରଧାନ ପ୍ରକାଶ କରିଛନ୍ତି l 

   ସମ୍ବଲପୁର କାଇଁଶିର ରୋଡ଼, ସିଟି ପେଲେସରେ ଅନୁଷ୍ଠିତ ଏହି ବୈଠକରେ ସହରରେ ରହିଥିବା ଶତାଧିକ କୁଲତା ଜାତିର ବ୍ୟବସାୟୀ ମାନେ ଯୋଗଦାନ କରିଥିଲେ l କୁଲତା ସମାଜର ବରିଷ୍ଠ ସଭ୍ୟ ଜଟାଭୂଷଣ ସାହୁଙ୍କ ଅlବାହକ୍ୱତରେ ଏହି ବୈଠକ  ଅନୁଷ୍ଠିତ ହୋଇଥିଲା l ବ୍ୟବସାୟୀ ବିଶ୍ୱଜିତ ପ୍ରଧାନ  ଅକ୍ଷୟ ପ୍ରଧାନ, ପ୍ରେମାନନ୍ଦ ସାହୁ, ଇଂ. ଭାଗିରଥି ସାହୁ, ରୁଦ୍ର ପ୍ରତାପ ସାହୁ, ସୁଜିତ କୁମାର ବଢ଼େଇ, ସୁଦାମ ପ୍ରଧାନ, ଭବାନୀ ଶଙ୍କର ବିଶ୍ୱାଳ, ଶିଶିର ପ୍ରଧାନ, ମୃତ୍ୟୁଞ୍ଜୟ ସାହୁ, ସୂର୍ଯ୍ୟ କୁମାର ପ୍ରଧାନ, ରବି ନାରାୟଣ ପ୍ରଧାନ, ଲୋକ ନାଥ ଖମାରି, ଜିତେନ୍ ଭୋଇ, ଦୁର୍ଯ୍ୟୋଧନ ପ୍ରଧାନ, ପ୍ରକାଶ କୁମାର ନାୟକ, ମନୋରଞ୍ଜନ ପାତ୍ର, ଗୋପୀ ନାଥ ବିଶ୍ୱାଳ, ଯୁଗଳ ବଢ଼େଇ ପ୍ରମୁଖ ଯୋଗଦାନ କରିଥିଲେ l ସରୋଜ ସାହୁ ସଭା ପରିଚାଳନା କରିଥିବା ବେଳେ ଯୁବ ବ୍ୟବସାୟୀ ଅକ୍ଷୟ ପ୍ରଧାନ ଧନ୍ୟବାଦ ଜ୍ଞାପନ କରିଥିଲେ l

Leave A Reply

Your email address will not be published.