ଗଛରେ ପିଟି ହୋଇ ମୋଟରସାଇକେଲ ଚାଳକ ର ମୃତ୍ୟୁ।

12


ଗଞ୍ଜାମ ଜିଲ୍ଲା ଜରଡା ଥାନା ଅନ୍ତର୍ଗତ ପାତ୍ରପୁର ଗ୍ରାମ ବାଗ ଦେବୀ ମନ୍ଦିର ନିକଟ ଏକ ବଡ ଗଛକୁ ପିଟି ହୋଇ ନିକଟସ୍ଥ ଲକ୍ଷ୍ମୀପୁର ଗ୍ରାମର ଏସ୍ ରାଜେଶ୍ ପାତ୍ର ନାମକ ଜଣେ ଯୁବକ ଗୁରୁତର ଆହତ ହୋଇ ପାତ୍ରପୁର ଡାକ୍ତରଖାନାରେ ଚିକିତ୍ସିତ ସମୟରେ ମୃତ୍ୟୁବରଣ କରିଛନ୍ତି। ମୃତ ରାଜେଶ୍ କୌଣସି କାମରେ ପାତ୍ରପୁର ଆସି ନିଜ ଗ୍ରାମକୁ ଫେରୁଥିବା ବେଳେ ଏହି ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଖବର ଜରଡା ଥାନା ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Leave A Reply

Your email address will not be published.