ପାଇକମାଲ ଉଚ୍ଚ ବିଦ୍ୟାଳୟ ହୀରକ ଜୟନ୍ତୀ : ରାଜ୍ୟପାଳ, ମନ୍ତ୍ରୀ ସୁଶାନ୍ତ ଓ ମୁଖ୍ୟ ସଚିବଙ୍କୁ ଭେଟିଲେ ଜୟନ୍ତୀ କମିଟି 

0

ଭୁବନେଶ୍ୱର/ପଦ୍ମପୁର ( ଶାସକ ପ୍ରଶାସକ) ପାଇକମାଲ ଉଚ୍ଚ ବିଦ୍ୟାଳୟ ହୀରକ ଜୟନ୍ତୀ ଆସନ୍ତା ଏପ୍ରିଲ ୧୦ ରୁ ୧୨ ତାରିଖ ମଧ୍ୟରେ ଅନୁଷ୍ଠିତ ହେବାକୁ ପାଇଁ ସ୍ଥିର ହୋଇଛି। ଏହି ବିଦ୍ୟାଳୟ ହୀରକ ଜୟନ୍ତୀ ଉତ୍ସବରେ ଅତିଥି ଭାବେ ଯୋଗ ଦେବା ପାଇଁ ରାଜ୍ୟପାଲ . ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଓ   ମୁଖ୍ୟ ସଚିବ ସ୍ବୀକୃତି ପ୍ରଦାନ କରିଛନ୍ତି। ଆଜି ହୀରକ ଜୟନ୍ତୀ କମିଟି ପକ୍ଷରୁ ଭୁବନେଶ୍ଵର ସ୍ଥିତ ରାଜଭବନ ଠାରେ  ରାଜ୍ୟପାଳ  ପ୍ରଫେସର ଗଣେଶୀ ଲାଲଙ୍କୁ ପାଇକମାଳ ଉଚ୍ଚ ବିଦ୍ୟାଳୟ ପୂର୍ବତନ ଛାତ୍ର ତଥା ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ,ବିନୋଦ କାଲିଆ,ପ୍ରଫୁଲ୍ଲ କୁମାର ପାଣିଗ୍ରାହୀ, କୁସୁମ ରାଓ ଏକ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଏହି ଅବସରରେ ମହା ମହିମ ରାଜ୍ୟପାଳ ହୀରକ ଜୟନ୍ତୀ ଉତ୍ସବରେ ଯୋଗ ଦେବା ପାଇଁ  ସ୍ବୀକୃତି ପ୍ରଦାନ କରିଛନ୍ତି। ଅନୁରୂପ ଭାବେ ପୂର୍ବତନ ଛାତ୍ର ତଥା ଓଡିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ମଧ୍ୟ ଯୋଗ ଦେବା ପାଇଁ ସ୍ବୀକୃତି ପ୍ରଦାନ କରିଛନ୍ତି। ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ମଧ୍ୟ  ଯୋଗ ଦେବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ବୋଲି ପାଇକମାଳ ଉଚ୍ଚ ବିଦ୍ୟାଳୟ ହୀରକ ଜୟନ୍ତୀ କମିଟି ପକ୍ଷରୁ ସୂଚନା ଦେଇଛନ୍ତି ।

 

Leave A Reply

Your email address will not be published.