ବରଗଡର ସ୍ୱାସ୍ଥ୍ୟ ସମସ୍ୟା ନେଇ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଲେ ସୁରେଶ

0

ଭୁବନେଶ୍ୱର/ସମ୍ବଲପୁର – ରମାକାନ୍ତ ବିଶ୍ବାଳ: – ବରଗଡ଼ର ସ୍ୱାସ୍ଥ୍ୟ ସମସ୍ୟା କୁ ନେଇ ଗତ ତିନି ଦିନ ହେଲା ଲାଗିରହିଥିବା ଅଚଳାବସ୍ଥା କୁ ଦୂର କରିବା ପାଇଁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କୁ ଆଜି  ବରଗଡ଼ ସାଂସଦ  ସୁରେଶ ପୂଜାରୀ ସାକ୍ଷାତ କରିଥିଲେ l

ସ୍ୱାସ୍ଥ୍ୟବସ୍ଥା ର ସମସ୍ୟା କୁ ନେଇ ଗତ ତିନି ଦିନ ହେଲା ବରଗଡ଼ ଅଶାନ୍ତ ଥିବା ବେଳେ ଆଜି ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ନେତୃତ୍ୱରେ ବରଗଡ଼ ଜିଲ୍ଲା ବିଜେପି ର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ  ଓଡ଼ିଶା ରାଜ ଭବନ ଠାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଷି ଲାଲ ଙ୍କୁ ସାକ୍ଷାତ କରି ରହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି । ତତ୍ ସହିତ ନବୀନ ନିବାସ ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଚିବାଳୟ ଠାରେ ସ୍ୱାସ୍ଥ୍ୟ ମନ୍ତ୍ରୀ  ନବ କିଶୋର ଦାସ ଙ୍କୁ ସାକ୍ଷାତ କରି ଏହି ପ୍ରସଙ୍ଗ ରେ ଆଲୋଚନା କରି ଏହାର ଶୀଘ୍ର ସମାଧାନ ପାଇଁ ଦାବି କରିଛନ୍ତି ।

 ପ୍ରତିନିଧି ଦଳ ରେ ଅନ୍ୟ ମାନଙ୍କ ମଧ୍ୟରେ ବରଗଡ଼ ଜିଲ୍ଲା ସଭାପତି ଅଶ୍ୱିନୀ ଷଡଙ୍ଗୀ, ସୁରେଶ୍ୱର ଶତପଥୀ, ସୀମାଞ୍ଚଳ ଖଟେଇ, ରବି ନାରାୟଣ ଦାଶ, ଶ୍ରୀମତୀ ଶ୍ରୀମନ୍ତିନି ଜେନା, ସବିତା ନନ୍ଦ, ଇରାଶିଷ ଆଚାର୍ଯ୍ୟ, ସୁଶାନ୍ତ ମିଶ୍ର, ଡ଼.ଅରୁପା ସାହୁ, ଅଶୋକ ପଣ୍ଡା, ଅବନି କାନ୍ତ ପଣ୍ଡା, ମାନସ ରଞ୍ଜନ ବକ୍ସି, ଦେବେଶ କୁମାର ଶତପଥୀ ପ୍ରମୁଖ ସାମିଲ ଥିଲେ ।

Leave A Reply

Your email address will not be published.