ଚାନ୍ଦିନୀ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଚତୁର୍ଥ ଦିବସ ଖଇରା ଦଳ ଗଲା ସେମି ଫାଇନାଲକୁ

0 2

ପଦ୍ମପୁର(ଶାସକ ପ୍ରଶାସକ): ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ବୁକୁରାମୁଣ୍ତା ୨୦ତମ ଚାନ୍ଦିନୀ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚତୁର୍ଥ ଦିବସ ଥିଲା। ଆଜିର ମୁଖ୍ୟ  ଅତିଥି ଭାବରେ ବରଗଡ ଜିଲ୍ଲା କଂଗ୍ରେସ  ଉପ ସଭାପତି ସୁନୀଲ କୁମାର ଅଗ୍ରୱାଲ, ସମ୍ମାନିତ ଅତିଥି ଭାବେ ଜିଲ୍ଲା କଂଗ୍ରେସ ସଭ୍ୟ ଗତିକୃଷ୍ଣ ଭୋଇ ଯୋଗଦାନ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ସ୍ବହସ୍ତରେ ମେନ ଅଫ ଦି ମ୍ୟାଚ ଟ୍ରଫି ପ୍ରଦାନ କରିଥିଲେ। ଖଇରା ଓ ମେଦିନୀପୁର ମଧ୍ୟରେ ସଂଘର୍ଷ ପୂର୍ଣ୍ଣ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏଥିରେ ଖଇରା ଦଳ ଚତୁର୍ଥ ଦଳ ରୂପେ ସେମି ଫାଇନାଲ କୁ ପ୍ରବେଶ କରିଛି।  ସରୋଜ ଜାଲ,ଚନ୍ଦନ ବାରିକ ଖେଳ ପରିଚାଳନା କରିଥିଲେ । ସ୍କୋରର ଦାୟିତ୍ବ ତୁଲାଇଥିଲେ ମଣ୍ଟୁ ବାରିକ ବେଳେ  ଧାରା ବିବରଣୀ ପ୍ରଦାନ କରିଥିଲେ  ପଣ୍ଟି ବାରିକ । ଧନୁ ହାତି,ମହେନ୍ଦ୍ର ବାରିକ,ସନ୍ତୋଷ ନାୟକ,କାର୍ତ୍ତିକ ବାରିକ,ରଞ୍ଜିତା ନାୟକ,କପଳ ବାରିକ,ତେକୁଳ ରଣା,ହରେଶ ସ୍ବାଇଁ, ପ୍ରଫୁଲ୍ଲ ପ୍ରଧାନ,ଭକ୍ତ ପଶାୟତ ପ୍ରମୁଖ କ୍ରିକେଟ ଟୁର୍ଣ୍ଣାମେଣ୍ଟ କୁ ସହଯୋଗ ଓ ଶାନ୍ତି ଶୃଙ୍ଖଳାର ରହିବା ପାଇଁ ଉଦ୍ୟମ କରିଥିଲେ। କ୍ରିକେଟ ଟୁର୍ଣ୍ଣାମେଣ୍ଟ ଏସୋସିଏସନ ଉପଦେଷ୍ଟା ତଥା ଗୌନ୍ତିଆ ଦୟା ସାଗର ବାରିକ,ସଭାପତି ରମେଶ ଭୋଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

 

Leave A Reply

Your email address will not be published.