ସୁନ୍ଦରଗଡ଼/ହୋରାଚାନ୍ଦ ଦେଉରିଆ :- ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ ଗରିଆମୁଣ୍ଡା ଗ୍ରାମରେ ଜନସେବା ସଂସ୍ଥାନ ଦ୍ଵାରା ପରିଚାଳିତ ଭାରତୀୟ ଶିଶୁ ବିଦ୍ୟା ମନ୍ଦିରର 5ମ ବାର୍ଷିକୋତ୍ସବ ଆଜି ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ବିଶ୍ୱହିନ୍ଦୁ ପରିଷଦର ରାଷ୍ଟ୍ରୀୟ ସମ୍ପାଦକ ଯୁଗଳ କିଶୋର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏକ ବୈଭବଶାଳୀ ଭାରତ ନିର୍ମାଣ ନିମନ୍ତେ ହିନ୍ଦୁତ୍ୱ ଆଧାରିତ ଶିକ୍ଷାର ଆବଶ୍ୟକତା ଉପରେ ଆଲୋକପାତ କରିବା ସହ ବନବାସୀ ଅଞ୍ଚଳରେ ସେବା କରିବା ପାଇଁ ଜନସେବା ସଂସ୍ଥାନ ବଦ୍ଧ ପରିକର ବୋଲି ମତବ୍ୟକ୍ତ କରିଥିଲେ | ମୁଖ୍ୟବକ୍ତା ଭାବରେ ଯୋଗଦେଇ ଜନସେବା ସଂସ୍ଥାନର ରାଷ୍ଟ୍ରୀୟ କୋଷାଧ୍ୟକ୍ଷ ମନୋହର ଦାସ ଗୁଜୁରାତି ଜନସେବା ସଂସ୍ଥାନର ଉଦେଶ୍ୟ ଓ ଆଭିମୁଖ୍ୟ ଉପରେ ବିସ୍ତୃତ ଭାବରେ ଆଲୋଚନା କରିବା ସହିତ ବନବାସୀ କ୍ଷେତ୍ରରେ ଧର୍ମାନ୍ତରୀକରଣକୁ ରୋକିବା ପାଇଁ ହିନ୍ଦୁତ୍ୱ ଆଧାରିତ ଶିକ୍ଷାର କେତେ ଆବଶ୍ୟକତା ରହିଛି ସେ ବିଷୟରେ ବିଷଦ ଭାବରେ ଆଲୋଚନା କରିଥିଲେ | ସେ କହିଥିଲେ ଯେ ଧାର୍ମିକ ଓ ଆଧ୍ୟାତ୍ମିକ ଶିକ୍ଷାର ଅଭାବରୁ ଲୋକେ ଧର୍ମାନ୍ତରୀକରଣ ଭଳି ଏକ ଜଟୀଳ ସମସ୍ୟାର ସମ୍ମୁଖୀନ ହେଉଛନ୍ତି | ତେଣୁ ଧର୍ମାନ୍ତରୀକରଣକୁ ରୋକିବା ସହିତ ବନବାସୀ କ୍ଷେତ୍ରରେ ବସବାସ କରୁଥିବା ହିନ୍ଦୁ ମାନଙ୍କ ବିକାଶ ପାଇଁ ଶିଶୁ ବିଦ୍ୟା ମନ୍ଦିରର ଶିକ୍ଷା ହିଁ ଏକମାତ୍ର ବିକଳ୍ପ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ | ଏହି ଅବସରରେ ଟି.ବି.ଓ ଗ୍ରୁପ ଦିଲ୍ଲୀର ସଂଯୋଜିକା ସୁଶ୍ରୀ ମାଧୁରୀ ସିଂ, ଭିଏଚପିର ରାଷ୍ଟ୍ରୀୟ ଯୁଗ୍ମ ସମ୍ପାଦକ ଅଚୁତାନନ୍ଦ କର, ପ୍ରାନ୍ତ କୋଷାଧ୍ୟକ୍ଷ କମଳ ଅଗ୍ରୱାଲ, ଜନସେବା ସଂସ୍ଥାନର ପ୍ରାନ୍ତ ସଭାପତି ଅଶୋକ ସାକୁନିଆ, ପ୍ରାନ୍ତ ଧର୍ମପ୍ରସାର ପ୍ରମୁଖ ଦିଲ୍ଲୀପ କୁମାର ମେହେର, ପ୍ରାନ୍ତ ପରିଯୋଜନା ପ୍ରମୁଖ ବିଶ୍ୱମ୍ବରନାଥ ମିଶ୍ର, ପ୍ରାନ୍ତ ସହ ପରିଯୋଜନା ପ୍ରମୁଖ ଯୁଗଳ କିଶୋର ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ | ସର୍ବପ୍ରଥମେ ଭାରତମାତାଙ୍କ ଫଟୋ ଚିତ୍ରରେ ଧୂପ ଦୀପ ପୁଷ୍ପମାଲ୍ୟ ଅର୍ପଣ କଲାପରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା | ସଭକାର୍ଯ୍ୟର ପରିସମାପ୍ତି ପରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା | ଏହି କାର୍ଯ୍ୟକ୍ରମ ଆୟୋଜନରେ ଶିଶୁ ମନ୍ଦିରର ସମସ୍ତ ଗୁରୁଜୀ ଗୁରୁମା ମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ |
Sign in
Sign in
Recover your password.
A password will be e-mailed to you.
Prev Post