ପଦ୍ମପୁର,(ଶାସକ ପ୍ରଶାସକ):ପାଇକମାଲ ବ୍ଳକ ଅନ୍ତର୍ଗତ ମାଣ୍ଡିଆଢିପା ଧନୁଯାତ୍ରା କମିଟୀର ସଭାପତି ଡୋଲାମଣି ମାହାରଙ୍କ ସଭାପତିତ୍ବରେ ଚଳିତ ବର୍ଷ ଧନୁଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।ଧନୁଯାତ୍ରା କମିଟୀର ବରିଷ୍ଠ ସଦସ୍ୟ ଶୁଭ କନ୍ଦାଙ୍କ ଦେହାନ୍ତ ହୋଇ ଯାଇଥିବାରୁ ଏକ ଶୋକ ପ୍ରସ୍ତାବ ଗୃହୀତ କରା ଯାଇଥିଲା। ଆସନ୍ତା ମାର୍ଚ୍ଚ ୨୬ ତାରିଖ ରୁ ୩୦ ତାରିଖ ପର୍ଯ୍ୟନ୍ତ ପାଞ୍ଚଦିନ ଧରି ଧନୁଯାତ୍ରା ହେବ । ୭ମ ବର୍ଷ ଧନୁଯାତ୍ରାକୁ ଅଧିକ ଆକର୍ଷଣୀୟ କରାଯିବା ପାଇଁ ପ୍ରସ୍ତାବ ଗୃହୀତ ହେଲା । ସଂପାଦକ କ୍ଷୀର ସାଗର ବରିହା ଆୟ ବ୍ୟୟ ବିବରଣୀ ପଠନ କରିଥିଲେ। ଧନୁଯାତ୍ରା କମିଟୀର ମୁଖ୍ୟ ଉପଦେଷ୍ଟା ଆଇନଜୀବୀ ରାଜ କିଶୋର ସାହୁ, ମୋତିଲାଲ ସାହୁ, ଯୁଧିଷ୍ଠିର ସାହୁ,ହରିଶଙ୍କର ସାହୁ, ଅନନ୍ତ ବରିହା, ଭୈରବ ସେଠ,କୁବେରଗିରି ସାହୁ, ଅଶ୍ୱିନୀ ସାହୁ,ଚିନ୍ତାମଣି ବରିହା, ତୋଷବନ୍ତ ସାହୁ, କଂସ ମହାରାଜା ଗୋପବନ୍ଧୁ ସାହୁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ପ୍ରତାପ କିଶୋର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post