ମନୋବଳ ଆଗରେ ହାର ମାନୁଛି ଶାରିରୀକ ଅକ୍ଷମତା  ।(Pls watch the Video)

0 2

ପଦ୍ମପୁର(ଶାସକ ପ୍ରଶାସକ)  -ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଭେରୁଆମୁଣ୍ଡା ବିଦ୍ୟାଳୟର ଏକ ଦିବ୍ୟାଙ୍ଗ ଯାହାର କାନ୍ଧରୁ  ତଳକୁ ହାତ ନାହିଁ କି ଗୋଡ ମଧ୍ୟ ନାହିଁ , ସେହି ପରି ଏକ ଶିଶୁ ନୃତ୍ୟ କରୁଥିବା ଭିଡିଓଭାଇରାଲ ହୋଇଛି  ।

ଭେରୁଆମୁଣ୍ଡା ବିଦ୍ୟାଳୟର ସଂସ୍ଥା  ଶ୍ରେଣୀର ଦିବ୍ୟାଙ୍ଗ ଛାତ୍ର ଜଗନ୍ନାଥ ତାଣ୍ଡୀ  । ଜନ୍ମର ତାଙ୍କର କାନ୍ଧର ତଳକୁ ହାତ ନାହିଁ କି ଗୋଡ ମଧ୍ୟ ନାହିଁ ହେଲେ ତାଙ୍କର ନୃତ୍ୟରେ କୌଣସି ସାଧାରଣ ପିଲାର ନୃତ୍ୟରୁ କମ ନାହିଁ  । ସେ ଗୀତର ତାଳେ ତାଳେ ନାଚିବା ସହ ସଠିକ ଭାବରେ ମୁହଁ ଭଙ୍ଗୀ ମଧ୍ୟ ଉପସ୍ଥାପନା କରୁଛନ୍ତି  । ଭେରୁଆମୁଣ୍ଡା ବିଦ୍ୟାଳୟରେ ହୋଇଥିବା ବାର୍ଷିକ ଉତ୍ସବରେ ସେ ନାଚିଥିବା ଦେଖିବାକୁ ମିଲିଥିଲା । ସେ ସେହି ଗୀତର ସଠିକ ତାଲେ ତାଲେ ନାଚିଥିଲେ ଏବଂ ସମସ୍ତ ଛାତ୍ରଛାତ୍ରୀ ତଥା ଶିକ୍ଷକ ମାନଙ୍କ ମନମୋହିନେଇଥିଲେ  । ଜଣେ ସାଧାରଣ ମଣିଷର ସମସ୍ତ ଅଙ୍ଗ ଠିକାଥିବା ବେଲେ ମଧ୍ୟ ମଂଚ ଉପରେ ଭୟରେ ମୁଣ୍ଡରୁ ଝାଲ ବାହାରିବା ତଥା ଗୋଡହାତ ଥରିବା ଭଲି ଦୃଶ୍ୟ ଦେଖିବାକୁ ମିଲିଥାଏ  ,ହେଲେ ଏହି ଦିବ୍ୟାଙ୍ଗ ଶିଶୁ ନିଜର ଅପାରଗତାକୁ ଭୁଲି ପୁରା ଦମରେ ନୃତ୍ୟକରି ସମସ୍ତଙ୍କ ମନକୁ ମୋହନେଇଛନ୍ତି  । ମୋବାଇଲ ରୁ ମୋବାଇଲ ଘୁରି ବୁଲୁଛି ଏହି ଶିଶୁର ନୃତ୍ୟ ଭିଡିଓ  । ଯାହା ଲୋକଙ୍କ ମନକୁ ଛୁଇ ନେଇଛି  । ସମସ୍ତେ ଶିଶୁଟିର ଆତ୍ମବିଶ୍ୱାସ ଓ ନୃତ୍ୟକୁ ପ୍ରଶଂସା କରୁଛନ୍ତି  । ଏହି  ଦିବ୍ୟାଙ୍ଗ ଶିଶୁର ଏହି କଳା ଅନ୍ୟ ଛାତ୍ରଛାତ୍ରୀ ମାନଙ୍କ ଏକ ପ୍ରେରଣା ଦେବ ବୋଲି ଚର୍ଚା ହେଉଛି  । ଆଗାମୀ ଦିନରେ ସରକାର ଏହି ଶିଶୁର କଳା କ୍ଷେତ୍ରରେ କିଛି ସହାୟତା କଲେ ଶିଶୁଟି ଆହୁରି ଆଗକୁ ବଢିପାରନ୍ତା  ।

Leave A Reply

Your email address will not be published.