କହିବେ କି  ମନ୍ତ୍ରୀବର : ଲିଲିମା “କୁକୁର”  ନା ଆଉ କଣ  ,!(Pls see Video)

0

Sundargarh/ horachand deuria : ଜଣେ ମନ୍ତ୍ରୀ, ପୁଣି ବରିଷ୍ଠ ମନ୍ତ୍ରୀ | ଆଗରୁ ଲେଖା ହୋଇଥିଲା ଭାଷଣ | ନିହାତି ଠାରେ ଦିଥର ପଢି ଆସିଥିବେ | ହେଲେ ଏମିତି କରିବେ ପ୍ରଫୁଲ୍ଲ ମଲ୍ଲିକଙ୍କ ଭଳି ଅଭିଜ୍ଞ ମନ୍ତ୍ରୀ | କହି ଖେଳାଳିଙ୍କ ନା ଖାଲ୍କୋ ଜାଗାରେ ଖାଲକ କହିଲେ ବାଇଚାନ୍ସ ଭୁଲ ହୋଇ ଗଲା ହୋଲି କହି ଚଳେଇ ଦେଇ ହବ | ହେଲେ ଜଣେ ମହିଳା ଆନ୍ତର୍ଜାତୀୟ ହକି ତାରକାଙ୍କ ନାଁରେ କୁଜୁର ଜାଗାରେ  ” କୁକୁର” ବୋଲି କହିବେ !! ମନ୍ତ୍ରୀଙ୍କ ଏହି ଭାଷଣକୁ ନେଇ ଏବେ ସୁନ୍ଦରଗଡରେ ଚାପା ଗୁଞ୍ଜରଣ ଯେ ମନ୍ତ୍ରୀ ଏମିତି କେମିତି କଦର୍ଥ କରିପାରିଲେ !!!  ସମ୍ମାନର ସହ ମନ୍ତ୍ରୀ ନାଁ ନେଇଥିବା ଓଡ଼ିଶାର ଗର୍ବ ତଥା ସୁନ୍ଦରଗଡ ମାଟିର ସୁଯୋଗ୍ୟ ସନ୍ତାନମାନଙ୍କ ପାଇଁ ସମ୍ମାନ ନା ଅପମାନ !!

ସୁନ୍ଦରଗଡ ଜିଲ୍ଲା ସ୍ତରୀୟ ପ୍ୟାରେଡ଼ରେ ଯୋଗ ଦେଇଥିଲେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ |  ସୁନ୍ଦରଗଡ଼ ଜିଲାପାଳ ନିଖିଳ ପବନ କଲ୍ୟାଣ, ଆରକ୍ଷୀ ଅଧିକ୍ଷକ ସୌମ୍ୟା ମିଶ୍ର  ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା ଜିଲ୍ଲାସ୍ତରୀୟ ପ୍ୟାରେଡ଼ | ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ସହ ମନ୍ତ୍ରୀ ଶ୍ରୀ ମଲ୍ଲିକ ସ୍ୱାଧୀନତା ସଂଗ୍ରାମରେ ସୁନ୍ଦରଗଡର ଅବଦାନ କଥା କହି ଜିଲ୍ଲାର ବରପୁତ୍ରମାନଙ୍କ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥଲେ | ସେହିପରି ସୁନ୍ଦରଗଡ଼ର ଆନ୍ତର୍ଜାତୀୟ କ୍ରୀଡା କ୍ଷେତ୍ରକୁ ଅବଦାନ ବିଷୟରେ ଅବତାରଣା କରିଥିଲେ |  ତାହା ଜାରିବା ବେଳେ ଉଇଲିୟମ ଖାଲ୍କୋ ଙ୍କୁ ଉଇଲିଅମ ଖାଲକ ବୋଲି କହିଥିଲେ | ତାପରେ ଲିଳିମା କୁକୁର ବୋଲି କହିଦେଇଥିଲେ |

ମନ୍ତ୍ରୀ ପେରେଡ଼ ସାରିଲା ପରେ ,ହସ୍ପିଟାଲରେ ଫଳ ବଣ୍ଟନ କରିଥିଲେ ମନ୍ତ୍ରୀ ଶ୍ରୀ ମଳିକ | ତାପରେ ଜେଲକୁ ଯାଇ ସେଠାରେ  କଏଦୀଙ୍କୁ ଫଳ ବଣ୍ଟନ କରିଥିଲେ | ଏ ଅବସରରେ କଏଦୀ ମାନେ ମନ୍ତ୍ରୀଙ୍କୁ  2ଟା ଖଣ୍ଡେ କୁଲର ଏବଂ tv dth ପାଇଁ ଅନୁରୋଧ କରିଥିଲେ |  ତାପରେ ଅନ୍ଧ ମୁକ ବଧିର ବିଦ୍ୟାଳୟ ବନ୍ଦପାଲି ଯାଇ କୋମାଲମତି ଶିଶୁଙ୍କ ସମେତ ବେଶ ସମୟ ରହି ତାଙ୍କ ସଙ୍ଗୀତ ଶୁଣିଲେ | ଶିଶୁଙ୍କୁ ବି ଫଳମୂଳ ବଣ୍ଟନ କଲେ |  ତାପରେ ଆସ୍ଥାଗୃହ ପରିଦର୍ଶନ କରି ଫଳମୂଳ ବଣ୍ଟନ କରିବା ପରେ  ପ୍ରଦକ୍ଷଣ  ଗୃହକୁ ଫେରିଥିଲେ | 

Leave A Reply

Your email address will not be published.