ଗୋପପୁରେ ନନ୍ଦୋସବ : ଝଲସିଲା ଗୋପପୁର, ଝୁମିଲେ ଗୋପପୁରବାସୀ

0

ଗାଇସିଲେଟ/କେଦାର ନାଥ ସାହୁ ବରଗଡ଼  :ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ସ୍ଥିତ ତାଲପାଲିର ୩୬ତମ ବୋଡାସମ୍ବର ବିରାଟ ଧନୁଯାତ୍ରା ମହୋତ୍ସବର ଆଜି ଚତୁର୍ଥ  ଦିବସରେ  ଗୋପପୁରେ ନନ୍ଦୋସବ ଅନୁଷ୍ଠିତ ହୋଇଥିଲା। ବୋଡାସମ୍ବର ବିରାଟ ଧନୁଯାତ୍ରା ମହୋତ୍ସବ,ତାଲପାଲି ର ଆଜି ଚତୁର୍ଥ ଦିବସରେ ଗୋପପୁର ପାଲଟିଥିବା ଖୁଣ୍ଟପାଲି ଗ୍ରାମରେ ନନ୍ଦ ରାଜା ଏବଂ ରାଣୀ ଯଶୋଦା ତାଙ୍କ ନବ ଜନ୍ମିତ ଶିଶୁ ପୁତ୍ରଙ୍କ ନାମକରଣ କରିଛନ୍ତି। ଆନନ୍ଦଉଲ୍ଲାସରେ ଶ୍ରୀକୃଷ୍ଣ ନାମରେ ଝୁମିଥିଲେ ଗୋପପୁର ବାସୀ।” ଆହାମୋ ନନ୍ଦ କୋଳେ ଗୋବିନ୍ଦ “ଗିତରେ ବିମୁଗ୍ଧ ହୋଇ ନାଚିଥିଲେ ଗୋପପୁର ବାସୀ।ନନ୍ଦ ରାଜା ଗୋପପୁର ବାସୀଙ୍କ ପାଇଁ ମିଷ୍ଟାନ୍ନ ର ବ୍ୟବସ୍ଥା କରିବା ସହ ଏକ ସାସ୍କୃତିକ ଶୋଭାଯାତ୍ରା ହୋଇଥିଲା। ଆଜି ଗୋପପୁରର ଏହି ନାଟ୍ୟ ଭିନୟରେ ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ଭୋଇ ନନ୍ଦରାଜା ଓ ଯଶୋଦାଙ୍କ ଭୂମିକାରେ ସଞ୍ଜୁ ନାଗ ଏବଂ ବିଭିନ୍ନ ଭୂମିକାରେ ରିନା, ରିଙ୍କି  ଓ ପୁଷ୍ପାଞ୍ଜଳୀ ଚିତ୍ତାକର୍ଷକ ଅଭିନୟ ପରିବେଷଣ କରିଥିବାବେଳେ ଘନଶ୍ୟାମ ମେହେର, ସୁବାଷ ଦୀପ,ଜୀତୁ ଗଡତିଆ ବାଦ୍ୟ ଯନ୍ତ୍ରରେ ସହଯୋଗ କରିଥିଲେ । ଆଜି ଗୋପପୁର ସଂସ୍କୃତିକ ମଞ୍ଚରେ କମିଟି ତରଫରୁ ଶେଷ ନାଏକ,ପଦ୍ମ ରଣା,ମାଧବ ନାଏକ,ଯୁଧିଷ୍ଠିର ପଟେଲ,ସରେଜ ପଟେଲ ଏବଂ ଅନ୍ଧାରୁ ସାହୁ ଅତିଥି ଭାବରେ ଯୋଗଦେଇଥିଲେ।

Leave A Reply

Your email address will not be published.