ବୁକୁରାମୁଣ୍ତା, କୁଧରେନପାଲି ସ୍କୁଲରେ ବାର୍ଷିକ ଉତ୍ସବ ପାଳିତ 

0

ପଦ୍ମପୁର,(ଶାସକ ପ୍ରଶାସକ):ପାଇକମାଲ ବ୍ଳକ ବୁକୁରାମୁଣ୍ତା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାର୍ଷିକ ଉତ୍ସବ ପରିଚାଳନା କମିଟୀ ଅଧ୍ୟକ୍ଷ ଚିତ୍ରସେନ ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ପ୍ରଧାନ ଶିକ୍ଷକ ନିରାକାର ପ୍ରଧାନ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଶିକ୍ଷକ ହୀରାଲାଲ ବିଶ୍ବାଳ ସ୍ବାଗତ ଭାଷଣ ସହ ପରିଚୟ ପ୍ରଦାନ କରିଥିଲେ । ଏହି ଉତ୍ସବରେ ମୁଖ୍ୟ  ଅତିଥି ରୂପେ ସ୍ଥାନୀୟ ଗୌନ୍ତିଆ ଜଗଦୀଶ ବାରିକ,ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ହର୍ଷ ବର୍ଦ୍ଧନ ବିଶ, ମୁଖ୍ୟ ବକ୍ତା ଭାବେ ପରମେଶ୍ଵର ତୁମୁନିଆଁ ଯୋଗଦାନ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ଗଠନର ମୁଖ୍ୟ ଉଦ୍ୟୋକ୍ତା ମଙ୍ଗଳୁ ବରିହାଙ୍କୁ ସମ୍ବଦ୍ଧିତ କରା ଯାଇଥିଲା । ନିମନ୍ତ୍ରିତ ଅତିଥି ଗଣଙ୍କ ଦ୍ବାରା କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ। କ୍ରୀଡା ଶିକ୍ଷୟତ୍ରୀ ସୁମିତ୍ରା ପାତ୍ରଙ୍କ ସଂଯୋଜନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶେଷରେ  ସହକାରୀ ଶିକ୍ଷୟିତ୍ରୀ ତାରାବତୀ ବିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିଲେ ।

ସେହିପରି ପାଇକମାଲ ବ୍ଳକ କୁଧରେନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାର୍ଷିକ ଉତ୍ସବ ପ୍ରଧାନ ଶିକ୍ଷକ ନାରାୟଣ ସାହୁଙ୍କ ସଭାପତିତ୍ବରେ ସଂପନ୍ନ ହୋଇଥିଲା। ଉକ୍ତ ଉତ୍ସବରେ ମୁଖ୍ୟ  ଅତିଥି ଭାବେ  ପାଇକମାଳ ବ୍କକ ଶିକ୍ଷା ଅଧିକାରୀ ଚୂଡାମଣି ବାରିକ,ସମ୍ମାନିତ ଅତିଥି ଭାବେ ଏ ବିଇଓ  ସୁରେନ୍ଦ୍ର ପୁରୋହିତ, କୁବେର ରଣା,ସିଆରସିସି ସୁବାଷ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି ବିଜୟୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ ।  ଉକ୍ତ ଉତ୍ସବରେ ଗାଁର ସମସ୍ତ ଅଭିଭାବକ ଅଭିଭାବକା ଉପସ୍ଥିତ ରହି ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମରେ  ଶିକ୍ଷକ ରୋହିତ ଡନସନା, ରୋଶନ ବନିଆଁ ସହଯୋଗ କରିଥିଲେ । ପରିଶେଷରେ ଶିକ୍ଷୟିତ୍ରୀ ପଦ୍ମିନୀ ଗଡତିଆ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.