ରାତି ସାଢେ ଦଶରେ ପଶିଲେ : ଲୁଟିଲେ ୩୦ ଭାରି ସୁନା, ୪୦୦୦୦ଟଙ୍କା 

0 2

 ବଲାଙ୍ଗୀର( ନିରୋଜ ମିଶ୍ର) ବଲାଙ୍ଗୀର ଜିଲ୍ଲା ବଲାଙ୍ଗୀର ବ୍ଲକର କୁଡ଼ାସିଙ୍ଗା ଗାଁର ଜଣେ ବ୍ୟବସାୟୀଙ୍କ ଘରୁ ସଶସ୍ତ୍ର ଡ଼କାୟତି ହୋଇଛି। ଉଜ୍ଜ୍ୱଳ ସାହୁ ନାମକ ଜଣେ ବ୍ୟବସାୟୀଙ୍କ ଘରୁ ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କାର ସୁନଗହଣା ସହ ଟଙ୍କା ଲୁଟ ହୋଇଥିବା ନେଇ ଶୁକ୍ରବାର ଅଭିଯୋଗ ହୋଇଛି। ଲୁଟେରାମାନେ ମାନେ ୩୦ ଭରି ସୁନା , ୪୦ ହଜାର ଟଙ୍କା ଲୁଟ କରିଥିବା  ଅଭିଯୋଗରେ ଦର୍ଶାଯାଇଛି  । ଖବର ପାଇ ବିଳମ୍ବିତ ରାତିରେ ଦେଓଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଆଜି ସକାଳେ ବଲାଙ୍ଗୀର ଏସଡ଼ିପିଓ, ଡ଼ଗ ସ୍କ୍ୱାର୍ଡ଼, ସାଇଣ୍ଟିଫିକ ଟିମ ପହଞ୍ଚିଛନ୍ତି। ଏହାସହ ଉଜ୍ଜ୍ୱଳଙ୍କ ଘର ସମ୍ମୁଖରେ ଥିବା ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ତଦନ୍ତ ଜାରି ରଖିଛନ୍ତି।

ସୂଚନା ଯୋଗ୍ୟ, ପ୍ରାୟ ୧୩ ଜଣ ଦୁର୍ବୃତ୍ତ ଗୁରୁବାର ରାତି ପ୍ରାୟ ୧୧ଟା ୩୦ରେ ଉଜ୍ଜଳଙ୍କ ଘର ଭିତରକୁ ବିଭିନ୍ନ ମାରଣାସ୍ତ୍ର, ଠେଙ୍ଗା, ପିସ୍ତଲ ଆଦି ଧରି ପ୍ରବେଶ କରିଥିଲେ। ଉଜ୍ଜଳଙ୍କ ସହ ତାଙ୍କର ପରିବାରର ଅନ୍ୟ ଦୁଇ ଜଣଙ୍କୁ ଆକ୍ରମଣ କରିଥିଲେ। ସେମାନଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଅନ୍ୟ କିଛି ଦୁର୍ବୃତ୍ତ ଗାଁର ଅନ୍ୟ ଲୋକଙ୍କ ଘର ସମ୍ମୁଖରେ ଜଗି ରହି ସେମାନଙ୍କୁ ଭୟଭୀତ କରାଇଥିଲେ, ଯେପରି ସେମାନେ ଉଜ୍ଜ୍ୱଳଙ୍କ ପରିବାରକୁ ସାହାଯ୍ୟ ନକରିପାରିବେ।

 

Leave A Reply

Your email address will not be published.