୩୬ ତମ ବିରାଟ ବୋଡାସମ୍ବର ଧନୁଯାତ୍ରା ମହୋତ୍ସବ ଉଦଘାଟିତ

0 2

ଗାଇସିଲେଟ/କେଦାର ନାଥ ସାହୁ :ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ସ୍ଥିତ ତାଲପାଲି ଠାରେ ୩୬ତମ ବୋଡାସମ୍ବର ବିରାଟ ଧନୁଯାତ୍ରା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।ତାଲପାଲି ମିନିଷ୍ଟାଡିୟମଠାରୁ ଏକ ଶୋଭାଯାତ୍ରା ବାହାରି ଗ୍ରାମର ବିଭିନ୍ନ ମନ୍ଦିରରେ ପହଞ୍ଚିବା ପରେ ଶେଷରେ ଗ୍ରାମର ଅଧିଷ୍ଟାତ୍ରୀ ଦେବୀ ମାଁ ଘାଟଘୋସିଏନ ଦେବୀଙ୍କ ମନ୍ଦିରରେ ପହଞ୍ଚିଥିଲା। ମାଁଙ୍କ ମନ୍ଦିରରେ ପୂଜାର୍ଚନା ପରେ ମନ୍ଦିରର ଘଣ୍ଟି ଆଣି ଧନୁଯାତ୍ରା ମଞ୍ଚରେ ବନ୍ଧା ଯାଇଥିଲା। ଉଦ୍ଘାଟନୀଉତ୍ସବରେ ଉପଜିଲ୍ଲାପାଳ ତନ୍ମୟ ଦରୱାନ, ବିଜେପୁର ବିଧାୟିକା ରିତା ସାହୁ,ଗାଇସିଲେଟ ତହସିଲଦାର ପୁଷ୍ପକ ପ୍ରଧାନ ,ବ୍ଲକ ଉପାଧ୍ୟକ୍ଷ ପ୍ରଣୟ ସାହୁ,ଗାଇସିଲେଟ ବିଜେଡିର ବ୍ଲକ ସଭାପତି ମନୋଜ ପଣ୍ଡା, ଗାଇସିଲେଟ ଥାନା ଅଧିକାରୀ ହରିବନ୍ଧୁ ଗଡତିଆ, ଯାତ୍ରା କମିଟିର ସଭାପତି ମାନଭଞ୍ଜନ ସାହୁ,ସଂପାଦକ ନୀଳମଣି ବରିହା,ଉପସଭାପତି ନାରଦ ବରିହା, କୃଷ୍ଣଚନ୍ଦ୍ର ସାହୁ, ଦୀନବନ୍ଧୁ ସାହୁ, ପାଣ୍ଡବ ସାହୁ  ପ୍ରମୁଖ ଯୋଗଥିବାବେଳେ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଦରୱାନ ଫିତାକାଟି ଉତ୍ସବର ଉଦଘାଟନ କରିଥିଲେ।ଆଜିର ଅନୁଷ୍ଠିତ ସଭାରେ ଉପ ସଭାପତି ନାରଦ ବରିହା ସଭାପରିଚାଳନା କରିଥିଲେ। ଆଜି ପ୍ରଥମ ରଜନୀର ନାଟ୍ଯାଭିନୟରେ ମହାରାଜ ଉଗ୍ରେସେନ ପ୍ରଜାମାନଙ୍କ ଦୁଖ ସୁଖ ବୁଝିଥିଲେ।ଜୁବରାଜ କଂସ ମୃଗୟା ଜିବା ପାଇଁ ପିତା ଉଗ୍ରସେନଙ୍କୁ ଅନୁରୋଧ କରି ସେଠାରେ ଗୋମତ ଋଷିର ଅଭିଶାପ ପାଇଥିବାର ଦୃଶ୍ୟ ପ୍ରଦର୍ଶନ କରାଯାଇଥିଲା। ଅଜି ଆରମ୍ଭ ହୋଇଥିବା ଧନୁଯାତ୍ରା ଦଶଦିନ ଧରି ଚାଲୁରହିବ।

Leave A Reply

Your email address will not be published.