ଡେ ଷ୍ଟାର୍ ହୋମର ଅନ୍ତେବାସୀ ବୁଲି ଦେଖିଲେ ବିଧାନସଭା 

0 2

ଅଧ୍ୟୟନରେ ବ୍ରତୀ ହେବା ସହିତ ସୁନାଗରିକ ହେବା ପାଇଁ ପରାମର୍ଶ ଦେଲେ ବାଚସ୍ପତି 

ଭୁବନେଶ୍ୱର(ଶାସକ ପ୍ରଶାସକ) ଆଜି ଡେ ଷ୍ଟାର୍ ହୋମ୍, ଜରାଉ, ମୋହନା, ଗଜପତିର ଅନ୍ତେବାସୀମାନେ ଓଡ଼ିଶା ବିଧାନସଭା ପରିଦର୍ଶନ କରିଛନ୍ତିା ଉକ୍ତ ଅନାଥାଶ୍ରମର ତତ୍ତ୍ୱାବଧାରକମାନଙ୍କ ସହିତ ସେମାନେ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ସାକ୍ଷାତ କରିଥିଲୋ ବାଚସ୍ପତି ଡ. ପାତ୍ର ସେମାନଙ୍କୁ ଅଧ୍ୟୟନରେ ବ୍ରତୀ ହେବା ସହିତ ସୁନାଗରିକ ହେବା ପାଇଁ ପରାମର୍ଶ ଦେଇଥିଲୋ ସେମାନଙ୍କୁ ବାଚସ୍ପତି ଡ. ପାତ୍ର ଚକୋଲେଟ୍ ଦେଇ ଆପ୍ୟାୟିତ କରିଥିଲୋ

ପରିଦର୍ଶନ ସମୟରେ ସେମାନେ ବିଧାନସଭାର ଗ୍ରନ୍ଥାଗାର, ବିଧାନସଭା ଗୃହ, ବିଧାନସଭା ପରିସରସ୍ଥ ଉଦ୍ୟାନ ଆଦି ବୁଲି ଦେଖିଥିଲେ ଏବଂ ବିଧାନସଭାର ବିଧିବ୍ୟବସ୍ଥା ଓ ଗୃହ ପରିଚାଳନା ସଂପର୍କରେ ମଧ୍ୟ ଅବଗତ ହୋଇଥିଲୋ ଏହି ଦଳରେ ପ୍ରଥମରୁ ଦଶମ ଶ୍ରେଣୀରେ ପଠନରତ ପ୍ରାୟ ୪୩ଜଣ ଛାତ୍ରଛାତ୍ରୀ ସାମିଲ ଥିଲୋ ଅନାଥାଶ୍ରମର କର୍ମଚାରୀ ଇସ୍ମାଇଲ୍ ମାଝୀ, ସିଆନ୍ ମାଝୀ, ଜୁଏଲ୍ ଶବରଙ୍କ ତତ୍ତ୍ୱାବଧାନରେ ଏହି ଛାତ୍ରଛାତ୍ରୀମାନେ ବିଧାନସଭା ବୁଲି ଦେଖିଥିଲୋ ଏହି ପରିଦର୍ଶନ ସମୟରେ ବିଧାନସଭା ସଚିବ ଶ୍ରୀ ଦାଶରଥୀ ଶତପଥୀ, ବାଚସ୍ପତିଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ ପୂର୍ଣ୍ଣଚନ୍ଦ୍ର ଦଳାୟି ଏବଂ ମାର୍ଶାଲ୍ ଦେବାଶିଷ ପ୍ରଧାନଙ୍କ ସମେତ ବିଧାନସଭାର କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲୋ 

 

 

Leave A Reply

Your email address will not be published.