ଭୁବନେଶ୍ୱରରେ ରାଜ୍ୟପାଳ , କଟକରେ ନିରଞ୍ଜନ 

0 2

 ଭୁବନେଶ୍ୱର (SHASAK PRASHASAK) :  ଚଳିତ ବର୍ଷ ସଧାରଣତନ୍ତ୍ର ଦିବସରେ  ରାଜ୍ୟସ୍ତରୀୟ  ପ୍ୟାରେଡରେ ରାଜ୍ୟପାଳ ପ୍ରଫେସର ଗଣେସି ଲାଲ ଭୁବନେଶ୍ୱର ଠାରେ ରାଜ୍ୟସ୍ତରୀୟ ପ୍ୟାରେଡ଼ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଭିବାଦନ ଗ୍ରହଣ କରିବାକୁ ଥିବାବେଳେ  ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେବେ । 

ସେହିପରି କଟକରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପତାକା ଉତ୍ତୋଳନ କରି ପ୍ୟାରେଡ଼ ଅଭିବାଦନ ଗ୍ରହଣ ବାକୁ ଥିବା ବେଳେ ସୋନପୁରରେ ମନ୍ତ୍ରୀ ବିକ୍ରମ ଆରୁଖ, ସୁନ୍ଦରଗଡରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ସମ୍ବଲପୁରରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, କେନ୍ଦୁଝରରେ ମନ୍ତ୍ରୀ ପଦ୍ମନାଭ ବେହେରା ମୁକଜ୍ୟ ଅତିଥି ଭାବେ ଯୋଗ ଦେବେ |   ପୁରୀରେ ମନ୍ତ୍ରୀ ପ୍ରତାପ ଜେନା, ଗଞ୍ଜାମରେ ମନ୍ତ୍ରୀ ଡ଼ ଅରୁଣ ସାହୁ ମୁକଜ୍ୟ ଅତିଥି ଭାବେ ଯୋଗ ଏଇ ପତାକା ଉତ୍ତୋଳନ କରିବାକୁ ଥିବା ବେଳେ  ବାଲେଶ୍ୱରରେ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ଅନୁଗୁଳର ମନ୍ତ୍ରୀ ସୁଶାନ୍ତ ସିଂ, କଳାହାଣ୍ଡିରେ ମନ୍ତ୍ରୀ ନବ ଦାସ, ରାୟଗଡ଼ାରେ ମନ୍ତ୍ରୀ ଟୁକୁନି ସାହୁ, ଜଗତସିଂହପୁରରେ ମନ୍ତ୍ରୀ ଜଗନ୍ନାଥ ସାରକା, ଯାଜପୁରରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଢେଙ୍କାନାଳରେ ମନ୍ତ୍ରୀ ଅଶୋକ ପଣ୍ଡା, ନୟାଗଡରେ ମନ୍ତ୍ରୀ ସମୀର ଦାସ, ମାଲକାନଗିରିରେ ମନ୍ତ୍ରୀ ତୁଷାରକାନ୍ତି ବେହେରା ଜିଲ୍ଲା ସ୍ତରୀୟ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ  କରିବେ ।  କୋରାପୁଟ, ଖୋର୍ଦ୍ଧା, ନୂଆପଡା, ଭଦ୍ରକ, ଝାରସୁଗୁଡା, ବରଗଡ, ବୌଦ୍ଧ, କନ୍ଧମାଳ, କେନ୍ଦ୍ରାପଡାରେ ଜିଲ୍ଲାପାଳମାନେ ଜିଲ୍ଲା ସ୍ତରୀୟ ପ୍ୟାରେଡ଼ରେ ପ୍ୟାରେଡ଼ ଅଭିବାଦନ ଗ୍ରହଣ  କରିବେ ବୋଲି ଜଣାପଡିଛି | 

Leave A Reply

Your email address will not be published.