ପଦ୍ମପୁର ଲାଲବାହାଦୁର ଶାସ୍ତ୍ରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସ୍ବାଧୀନତା ସଂଗ୍ରାମୀ ଦେଶ ପ୍ରେମୀ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ମହା ସମାରୋହରେ ପାଳନ ହୋଇଥିଲା। ପ୍ରଧାନ ଶିକ୍ଷକ ସୁବାଷ ଚନ୍ଦ୍ର ନାଥଙ୍କ ପ୍ରତ୍ଯକ୍ଷ ତତ୍ତ୍ବବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଏଥିରେ ଶିଶୁ ବକ୍ତାଗଣ ଉଭୟଙ୍କ ଜୀବନ ଉପରେ ଆଲୋକପାତ କରିଥିଲେ। ଛାତ୍ରଛାତ୍ରୀ ଗଣ ସ୍ବାଗତ ସଙ୍ଗୀତ ଗାନ କରିବା ସହ କାର୍ଯ୍ଯକ୍ରମରେ ଦେଶ ପ୍ରେମ ମୂଳକ ଗୀତ ଗାଇ ଥିଲେ। ଶିକ୍ଷକ ଦେବାନନ୍ଦ ତୁରିଆ, ଲଳିତ ମୋହନ ଲୁହାର ସଂଗ୍ରାମୀ ଦ୍ବୟଙ୍କ ଜୀବନୀର ଛୋଟ ଛୋଟ କାହାଣୀ ମାଧ୍ଯମରେ ଦେଶାତ୍ମଭାବନା ପ୍ରକାଶ କରିଥିଲେ। ଶିକ୍ଷୟିତ୍ରୀ ସଂଯୁକ୍ତା ରଥ ସଂଗ୍ରାମ ମାଧ୍ୟମରେ ନିଜ ଜନ୍ମଭୂମିକୁ ଭଲ ପାଇ ଗୋରାଙ୍କ ବିରୁଦ୍ଧରେ କରିଥିବା ଲଢ଼େଇକୁ ଅତି ସୁନ୍ଦର ଭାବରେ ବଖାଣି ଥିଲେ।ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଶିକ୍ଷକ ସନ୍ତୋଷ ରାଉତ, ଶିକ୍ଷୟିତ୍ରୀ ସୁବାଷିନୀ କଣ୍ଟା,ସାଗରୀକା ଯୋଷୀ,ସଂପମିତ୍ରା ସାହୁ, ନୀଳିମା ପ୍ରଧାନ,ସସ୍ମିତା ଦାଶ, କୃଷ୍ଣୁପ୍ରିୟା ସେଠୀଙ୍କ ସଂପୂର୍ଣ୍ଣ ସହଯୋଗ କରିଥିଲେ।ଶେଷରେ ଶିକ୍ଷକ ଗୌର ଚନ୍ଦ୍ର ହୋତା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.