ଭାରତ ଛାଡ଼  ଆନ୍ଦୋଳନର ୭୫ ବର୍ଷ ପୂର୍ତ୍ତି କଥା କାହାର ମନେ ନାହିଁ 

0

ଜନ୍ମ ଶତବାର୍ଷିକୀ  : କେନ୍ଦ୍ର ସରକାର ପାଳୁଛନ୍ତି ଦିନ ଦୟାଲଙ୍କ , ରାଜ୍ୟ ସରକାର ବିଜୁଙ୍କର 

27-03-18-quit-india-movement.jpg - 59.66 kB

ଭୁବନେଶ୍ୱର, ୨୭ା୦୩: ଓଡ଼ିଶା ସରକାର ଧୁମ ଧାମ  ବିଜୁ ପଟ୍ଟନାୟକ ଜନ୍ମ ଶତବାର୍ଷିକୀ ପାଳନ କରିଥିବା ବେଳେ କେନ୍ଦ୍ର ସରକାର ଦୀନଦୟାଲ୍ ଉପାଧ୍ୟାୟଙ୍କ ଜନ୍ମ ଶତବାର୍ଷିକୀ ରାଷ୍ଟ୍ରବ୍ୟାପୀ ପାଳନ କରୁଛନ୍ତି । ଓଡ଼ିଶାରେ ପାଇକ ବିଦ୍ରୋହର ୨୦୦ତମ ବାର୍ଷିକୀ ପାଳନ ପାଇଁ ବି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବ୍ୟାପକ ଆୟାଜନ କରିଛନ୍ତି । କିନ୍ତୁ ଭାରତ ସ୍ୱାଧୀନତା ଆନ୍ଦୋଳନର ଶେଷ ସଂଗ୍ରାମ ୧୯୪୨ର ଭାରତଛାଡ଼ ଆନ୍ଦୋଳନ  ୭୫ ବର୍ଷ ପୂର୍ତ୍ତି ପାଳନ ଲାଗି କାହାର କିଛି ବ୍ୟବସ୍ଥା ନାହିଁ । 

୨୦୧୭ ଅଗଷ୍ଟ ମାସରୁ ୨୦୧୮ ଅଗଷ୍ଟ ପର୍ଯ୍ୟନ୍ତ ଓଡ଼ିଶା ଭିତରେ ଓ ବାହାରେ ବିଭିନ୍ନ ବେସରକାରୀ ସଂସ୍ଥା ଏହି ଐତିହାସିକ ଆନେ୍ଦାଳନର ୭୫ ବର୍ଷ ପୂର୍ତ୍ତି ସ୍ମାରକୀ ପାଳନ କରୁଛନ୍ତି । ଏ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ତରଫରୁ କି କି କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଯାଇଛି ଓ ଛାତ୍ରଛାତ୍ରୀ, ଯୁବ ସମାଜ ଓ ମହିଳାମାନଙ୍କ ମଧ୍ୟରେ ଦେଶପ୍ରେମ, ତଥା ତ୍ୟାଗ ଓ ସେବାର ଭାବନା ଜାଗ୍ରତ କରିବା ପାଇଁ ରାଜ୍ୟ ସରକାର ଭାରତଛାଡ଼ ଆନେ୍ଦାଳନର ୭୫ତମ ବର୍ଷ ପୂର୍ତ୍ତି ସହିତ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ, ସାରସ୍ୱତ ସାଧିକା ତଥା ମହାତ୍ମାଗାନ୍ଧୀଙ୍କଘନିଷ୍ଠତମ  ସହକର୍ମୀ ଅନ୍ନପୂର୍ଣ୍ଣା ମହାରଣାଙ୍କ ଜନ୍ମ ଶତବାର୍ଷିକୀ ପାଳନ ପାଇଁ ସରକାର କି ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ବିଧାୟକ ଦିଲିପ ରାୟ ବିଧାନସଭାରେ ପ୍ରଶ୍ନ ଉଠାଇଥିଲେ । ଏହାର ଉତ୍ତରରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରତାପ ଜେନା  ଭାବେ କହିଛନ୍ତି ଯେ ଭାରତଛାଡ଼ ଆନ୍ଦୋଳନର ଜୁବଲୀ  ଉତ୍ସବ କିମ୍ବା ଅନ୍ନପୂର୍ଣ୍ଣା ମହାରଣାଙ୍କ ଜନ୍ମ ଶତବାର୍ଷିକୀ ପାଳନ ନିମନ୍ତେ ବର୍ତ୍ତମାନ କୌଣସି ପ୍ରସ୍ତାବ ସରକାରଙ୍କ ବିଚାରାଧିନ ନାହିଁ । 

Leave A Reply

Your email address will not be published.