ଓଡ଼ିଶାରେ ଚିହ୍ନଟ ସାମ୍ବାଦିକଙ୍କ ସଂଖ୍ୟା ୩୩୫୧ : ସ୍ୱାସ୍ଥ୍ୟବୀମା ପାଇଁ ଆବେଦନ କରିଛନ୍ତି ୭୬୨

0

ଭୁବନେଶ୍ୱର : ସରକାର ରାଜ୍ୟରେ ୩୩୫୧ ସଂଖ୍ୟକ ସାମ୍ବାଦିକଙ୍କୁ ଚିହ୍ନଟ କରିଥିବା ବେଳେ ସ୍ୱାସ୍ଥ୍ୟବୀମା ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ବର୍ତ୍ତମାନ ସୁଦ୍ଧା ୭୬୨ ଜଣ ସାମ୍ବାଦିକ ଆବେଦନ କରିଛନ୍ତି । ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରତାପ ଜେନା ଏହି ସୂଚନା ଦେଇଛନ୍ତି । 

ମନ୍ତ୍ରୀ କହିଛନ୍ତି ଯେ ଜିଲ୍ଲାମାନଙ୍କରୁ ପ୍ରାପ୍ତ ତଥ୍ୟ ଅନୁଯାୟୀ ୨୦୧୬ ମସିହା ସୁଦ୍ଧା ରାଜ୍ୟରେ ୩୩୫୧ ଜଣ ସାମ୍ବାଦିକ ଚିହ୍ନଟ ହୋଇଛନ୍ତି । ସାମ୍ବାଦିକମାନଙ୍କୁ ସ୍ୱାସ୍ଥ୍ୟବୀମା ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ଓଡ଼ିଶା କାର୍ଯ୍ୟରତ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ନିୟମ ଉକ୍ତ ବର୍ଷ ଫେବୃଆରୀ ୧୭ ତାରିଖରେ ଲାଗୁ ହୋଇଛି । ଚିହ୍ନଟ ସାମ୍ବାଦିକମାନଙ୍କ ମଧ୍ୟରୁ ୨୧୩୮ ଜଣ ବୀମାଭୁକ୍ତ ହେବା ଲାଗି ଆବେଦନ କରିଥିଲେ ମଧ୍ୟ ଆବଶ୍ୟକୀୟ ବୀମା କିସ୍ତି ଓ କାର୍ଯ୍ୟ କରୁଥିବା ସଂସ୍ଥାର ପ୍ରମାଣପତ୍ର ଦାଖଲ କରିନଥିଲେ । ପରେ ରାଜ୍ୟ ସରକାର ସ୍ୱାସ୍ଥ୍ୟବୀମା ନିୟମର ସଂଶୋଧନ ଏ ବର୍ଷ ଜାନୁଆରୀ ମାସରେ କରିଛନ୍ତି । ସଂଶୋଧିତ ନିୟମ ଅନୁଯାୟୀ ଜିଲ୍ଲାସ୍ତରରେ ଚିହ୍ନଟ ସାମ୍ବାଦିକମାନଙ୍କ ପରିବାରର ସ୍ୱାସ୍ଥ୍ୟବୀମା ପାଇଁ ସରକାର ଶତପ୍ରତିଶତ ପ୍ରିମିୟମ୍ ଭରଣା କରିବେ । ତଦନୁଯାୟୀ ବର୍ତ୍ତମାନ ସୁଦ୍ଧା ୭୬୨ ଜଣ ଆବେଦନ କରିଛନ୍ତି । ଚିହ୍ନଟ ସାମ୍ବାଦିକଙ୍କ ସଂଖ୍ୟା ଆଧାରରେ ବୀମା ପ୍ରିମିୟମ୍ ସ୍ଥିରୀକୃତ ହେଲା ପରେ ସରକାର ସମ୍ପୂର୍ଣ୍ଣ ପ୍ରିମିୟମ୍ ଦେଇ ଏହି ସାମ୍ବାଦିକମାନଙ୍କୁ ବୀମାଭୁକ୍ତ କରିବେ । ଏଥିଲାଗି ସାମ୍ବାଦିକମାନଙ୍କୁ କୌଣସି ବୀମା କିସ୍ତି ଦେବାକୁ ପଡ଼ିବ ନାହିଁ । ନ୍ୟୁ  ଇଣ୍ଡିଆ ଆସିଓରାନ୍ସ କମ୍ପାନୀ ଏହି ବୀମା କାର୍ଯ୍ୟ କରିବ । ତେବେ କାର୍ଯ୍ୟରତ ସାମ୍ବାଦିକଙ୍କ ତଥ୍ୟ ଜିଲ୍ଲା ସ୍ତରରୁ ସଂଗ୍ରହ କରି ବୀମାଭୁକ୍ତ ଲାଗି ପ୍ରକ୍ରିୟା ଜାରି ରହିଥିବା ମନ୍ତ୍ରୀ ସୂଚାଇଛନ୍ତି । 

·ରି ବର୍ଷ ଧରି ବିଧାୟକ ଶ୍ରୀ ରାୟ ବିଧାନସଭା ଭିତରେ ଓ ବାହାରେ ବିଭିନ୍ନ ଫୋରମ୍ରେ ରାଜ୍ୟର ସମସ୍ତ ସାମ୍ବାଦିକ ଓ ଗଣମାଧ୍ୟମ ସଂସ୍ଥାରେ କାର୍ଯ୍ୟ କରୁଥିବା କର୍ମ·ରୀମାନଙ୍କୁ ବୀମାଭୁକ୍ତ କରାଇବା ଲାଗି ଦାବି କରିଆସୁଛନ୍ତି । ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକ ଓ ଅଣସାମ୍ବାଦିକମାନେ ବ୍ୟାପକ ପ୍ରତିକୂଳ ପରିସ୍ଥିତିରେ କାର୍ଯ୍ୟ କରୁଥିବାରୁ ଚତର୍ଥସ୍ତମ୍ଭକୁ ମଜବୁତ୍ କରିବା ଲାଗି ତୁରନ୍ତ ସ୍ୱାସ୍ଥ୍ୟବୀମା ଲାଗୁ କରିବାକୁ ଶ୍ରୀ ରାୟ ତାଙ୍କ ପୁରୁଣା ଦାବି ଦୋହରାଇଛନ୍ତି ।

Leave A Reply

Your email address will not be published.