ଅଙ୍ଗ ନଦୀ କୂଳରେ ମନ୍ଦିର ପ୍ରତିଷ୍ଠା ଉତ୍ସବ

0 2

ପଦ୍ମପୁର/ଶାସକ ପ୍ରଶାସକ : ଆଜି ପାଇକମାଳ ବ୍ଲକ୍ ଅନ୍ତର୍ଗତ ଚର୍ଦା ପାଲି ଗ୍ରାମବାସୀ ଉଦ୍ୟମରେ ଅଙ୍ଗ ନଦୀ ଅବବାହିକା କୂଳରେ ନୂତନ ଭାବେ ନିର୍ମିତ ହୋଇଥିବା ମନ୍ଦିର ର ପ୍ରତିଷ୍ଠା ଉତ୍ସବ ପାଳିତ ହୋଇଥିଲା ।ଅଙ୍ଗନଦୀ କୂଳର ଚର୍ଦ୍।ପାଲି ଦଙ୍ଗାଘାଟ ନଦୀଖଣ୍ଡି ଠାରେ ପ୍ରତିଷ୍ଠା ଏହି ମନ୍ଦିର ନିମନ୍ତେ ପୁଜା କର୍ତ୍ତା ଭାବେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଓ ତାଙ୍କ ଧର୍ମପତ୍ନୀ ପ୍ରତିମା ପୁରୋହିତ ଏବଂ ଶ୍ରୀ ବାଳକୃଷ୍ଣ ନାୟକ ଓ ତାଙ୍କ ଧର୍ମପତ୍ନୀ ଉପାସୀ ନାୟକ ଦାୟିତ୍ଵ ନିର୍ବାହ କରିଥିବା ବେଳେ ପଣ୍ଡିତ ମନୋଜ ତ୍ରିପାଠୀ ଓ ସାଥୀ ଙ୍କ ଦ୍ଵାରା ପୂଜା କାର୍ଯ୍ୟ ସମ୍ପାଦନା କରିଥିଲେ ।ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଙ୍କ ବିଧାୟକ ପାଣ୍ଠି ଏକ ଲକ୍ଷ ଟଙ୍କା ଓ ଚର୍ଦ।ପାଲି ଗ୍ରାମବାସୀ ଉଦ୍ୟମରେ ନିର୍ମିତ ଏହି ମନ୍ଦିର ନିର୍ମାଣ କରାଯାଇଛି। ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳନ ସହ ନୂତନ ବିଗ୍ରହ  ସ୍ଥାପନ କରାଯାଇ ଏହି ମନ୍ଦିର ର ନାମକରଣ “ଯୋଗେଶ୍ୱର ମହାଦେବ ବାବା’ କରାଯାଇଛି । ଆଜି ଏଥି ଉପଲକ୍ଷ ୧୦୮ପୂର୍ଣ୍ଣ କଳସ ରେ ଅଙ୍ଗ ନଦୀରୁ ଜଳ ଆଣି କଳସ ସ୍ଥାପନ କରାଯାଇ ନାମସଂକ୍ରିତନ୍ୟ ହୋମଯଜ୍ଞ  କରାଯାଇ ପୂଜା କାର୍ଯ୍ୟ ଆରମ୍ଭ କରାଯାଇଥିଲା ।ଏଥି ସହ ରାତ୍ରୀରେ ସଂକୃତିକ କାର୍ଯ୍ୟକ୍ରମ କରା ଯାଇଥିଲା। ପଦ୍ମଲୋଚନ ବେରୀୟା,ପାନଲାଲ୍ ନାୟକ,ନେତ୍ରାନନ୍ଦ ବେହେରା, ମେହେନ୍ତ ଲାଲ୍ ନାଏକ,ଦଶରଥ ନାଏକ ପ୍ରମୁଖ ଗ୍ରାମବାସୀ ଙ୍କ ଦ୍ଵାରା ଏହି ସମସ୍ତ କାର୍ଯ୍ୟ କରାଯାଇଥିଲା।ଆଖପାଖ ଅଞ୍ଚଳ ରୁ ବହୁ ଜନସାଧାରଣ ମହିଳା ଓ ପୁରୁଷ  ଯୋଗ ଦେଇ ଯୋଗେଶ୍ୱର ମହାଦେବ ବାବା ଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି।

Leave A Reply

Your email address will not be published.